ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ନାଭାଲ କ୍ୟାଡେଟ କ୍ୟାପଟେନ ଶୁଭମଙ୍କୁ ଶୁଭେଚ୍ଛା ସମ୍ବର୍ଦ୍ଧନା

ଭଞ୍ଜନଗର ୨୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ନାଭାଲ କ୍ୟାଡେଟ୍‌ କ୍ୟାପଟେନ ଶୁଭମ ସ୍ବାଇଁଙ୍କୁ ଶନିବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଶୁଭମ୍‌ ମୁମ୍ବାଇର ଲୁନାବାଦ ଠାରେ ଅଗଷ୍ଟ ୧ରୁ ୨୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ସର୍ବଭାରତୀୟ କ୍ୟାମ୍ପରେ ଭାଗନେଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ତେଣୁ ଆଜି କଲେଜ ନାଭାଲ ୱିଂଙ୍ଗ୍‌ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବେ ନାଭାଲ ୱିଙ୍ଗର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ। ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ହରପ୍ରସାଦ ଶତପଥୀ, ପୂର୍ବତନ ନାଭାଲ ଅଫିସର ଡ. ରବୀନ୍ଦ୍ର ମିଶ୍ର, ସିଟି ଓ ବିଭୂତି ଗୌଡ଼, ଆର୍ମି ୱିଙ୍ଗ୍‌ ସିଟିଓ ଅର୍ପଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।