ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ଲାଞ୍ଚ ନେଉଥିଲେ ଡାଟା ଏଣ୍ଟ୍ରି ଅପରେଟର, ଭିଜିଲାନ୍ସ ହାତରେ ଧରାପଡି ଗିରଫ

ବଣାଇ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର । ଆଜି ଜଣେ ଆଦିବାସୀଙ୍କ ଠାରୁ ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ରୁକୁରା ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ପୁନର୍ବାସ କାର୍ଯ୍ୟାଳୟର କ୍ଲର୍କ-କମ-କ୍ୟାସିଅର, ପୃଥ୍ୱୀରାଜ କାମିଲାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି ।ରୁକୁରା ଜଳସେଚନ ପ୍ରକଳ୍ପ, ବଣାଇଁରେ ଜଣେ ଆଦିବାସୀ ଜମିହରାଙ୍କ ଠାରୁ ଦ୍ୱିତୀୟ କିସ୍ତି ଟଙ୍କା ଦେବା ପାଇଁ ଲାଞ୍ଚ ଭାବରେ ୭,୦୦୦/- ଟଙ୍କା ନେଉଥିଲେ । ଗତ ଛଅ ମାସ ଧରି ଜମି ଅଧିଗ୍ରହଣ ଟଙ୍କା ପ୍ରଦାନ ପାଇଁ ତାଙ୍କ ଫାଇଲ ପ୍ରକ୍ରିୟାକରଣ କରିବାକୁ ଅଭିଯୋଗକାରୀ ଶ୍ରୀ କାମିଲା ଅନୁରୋଧ କରୁଥିଲେ । କିନ୍ତୁ, ଶ୍ରୀ କାମିଲା ଫାଇଲ ପ୍ରକ୍ରିୟାକରଣ ପାଇଁ ୨୦,୦୦୦/- ଟଙ୍କା ଲାଞ୍ଚ ଦାବି କରିଥିଲେ ।ଫାଇଲ ପ୍ରକ୍ରିୟାକରଣ ପାଇଁ ୧୦,୦୦୦/- ଟଙ୍କା ଦେଇଥିଲେ ଅଭିଯୋଗକାରୀ । କିନ୍ତୁ ଅଭିଯୁକ୍ତ କ୍ଷତିପୂରଣ ପ୍ରଦାନ କରିନଥିଲେ ଏବଂ ବାକି ରାଶି ଦାବି କରିଥିଲେ । ଅଭିଯୋଗକାରୀ ବାକି ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ, କାମିଲା ଲାଞ୍ଚ ପରିମାଣକୁ ୭,୦୦୦/- ଟଙ୍କାକୁ ହ୍ରାସ କରିଥିଲେ ।କୌଣସି ବିକଳ୍ପ ନ ଥିବାରୁ, ଅଭିଯୋଗକାରୀ ଅଭିଯୁକ୍ତ କାମିଲାଙ୍କ ଦ୍ୱାରା ହଇରାଣ ହେବା ପରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ । ଏହା ପରେ, ଓଡ଼ିଶା ଭିଜିଲାନ୍ସର ଏକ ଦଳ ଆଜି ଛକି ରହିଥିବାବେଳେ ଅଭିଯୋଗକାରୀଙ୍କ ଠାରୁ ୭,୦୦୦/- ଟଙ୍କା ଲାଞ୍ଚ ନେଉଥିଲେ କ୍ଲର୍କ-କମ୍-କ୍ୟାସିଅର କାମିଲା । ଏହି ସମୟରେ କାମିଲାଙ୍କୁ ୭,୦୦୦ ଲାଞ୍ଚ ଟଙ୍କା ସହ ଗିରଫ କରିଛି ଭିଜିଲାନ୍ସ ।ପରେ କାମିଲାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏ ନେଇ ରାଉରକେଲା ଭିଜିଲାନ୍ସ ପିଏସ୍ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ କାମିଲାଙ୍କ ବିରୋଧରେ ତଦନ୍ତ ଜାରି ରହିଛି । ଏବେ ଭିଜିଲାନ୍ସ ତାଙ୍କୁ ଗିରଫ କରି ରାଉରକେଲା ନେଇଯାଇଥିବା ଜଣାପଡିଛି l