ଗଞ୍ଜାମ: ବି. ଡ଼ି ପୁର ଠାରେ ସ୍ୱଛତା ପକ୍ଷ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ ୨୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଡ଼ିପୁର ଗ୍ରାମ ପଂଚାୟତ ର ଅଧୀନରେ ଥିବା ସୋରିଷମୂଳି ଗ୍ରାମ ଠାରେ ଚନ୍ଦ୍ର ଶେଖର କୃଷି ନୋଡାଲ ଉଚ୍ଚ ବିଦ୍ୟାଳୟ ବିଡ଼ିପୁର ତରଫରୁ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ମାନେ ସୋରିଷମୂଳୁ ଗ୍ରାମ ଠାରେ ପଥପ୍ରାନ୍ତ ନାଚ ଗିତ ମାଧ୍ୟମରେଗ୍ରାମବାସୀ ମାନଙ୍କୁ ସ୍ବଚ୍ଛତା ହିଁ ସେବା ଓ ସୁସ୍ଥତାର ବାର୍ତ୍ତା ଦେଇ ସମସ୍ତଙ୍କୁ ସ୍ବଚ୍ଛ ଓ ପରିଷ୍କାର ରହିବା ପାଇଁ ସଚେତନତା କରାଇଥିଲେ। ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ ସ୍ବଚ୍ଛତା ହିଁ ଜୀବନ, ସ୍ବଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି ନିଜର ବକ୍ତବ୍ୟ ରେ କହିବା ସହ ଏହି ସ୍ବଚ୍ଛତା ବାର୍ତ୍ତା ଯେମିତି ପଂଚାୟତ ର ସବୁ ଗ୍ରାମ ପହଂଚିବା ପାଇଁ ଅନୁରୋଧ କରି ଥିଲେ।ଏହି କାର୍ଯ୍ୟକ୍ରମ କୁ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଥିଲେ ଏବଂ ପରିଶେଷରେ ସରପଞ୍ଚ ଙ୍କ ତରଫରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା।