ଭାରତ ସହିତ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ନୂଆ ଚାଲ୍, ରଦ୍ଦ କଲା ପ୍ରେସ କନଫରେନ୍ସ, ଟିମ ସହ ଯୋଡି ହେଲେ ନୂଆ ସଦସ୍ୟ

ଦୁବାଇ: ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ରାତି ୮ଟାରେ ମ୍ୟାଚ ଖେଳାଯିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜ ମ୍ୟାଚରେ ପାକିସ୍ତାନ ଟିମକୁ ୭ ୱିକେଟରେ ହରାଇଥିଲା । ଏବେ ସୂର୍ଯ୍ୟ ବ୍ରିଗେଡ ପୁଣି ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ରହିଛି ।ହେଲେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ ନୂଆ ପଇଁତରରା ଆପଣାଇଛି । ଟିମ୍ ପକ୍ଷରୁ ପ୍ରି ମ୍ୟାଚ ପ୍ରେସ କନଫରେନ୍ସକୁ ରଦ୍ଦ କରିଛି ପାକିସ୍ତାନ । ଏହାସହିତ ପାକିସ୍ତାନ ଟିମ ନିଜ ମୋଟିଭିସେନାଲ ସ୍ପିକର ଡ. ରାହିଲଙ୍କୁ ସାମିଲ କରିଛି । ପାକିସ୍ତାନର ଏଭଳି ହଠାତ୍ ନିଷ୍ପତ୍ତିରେ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ।ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଚି କି, ଖେଳା ମ୍ୟା ପୂର୍ବରୁ କୌଣସି ପ୍ରକାରର ହଲଚଲ ଏବଂ ପ୍ରଶ୍ନରୁ ଦୂରେଇ ରହୁ । ଏହାସହିତ ମାନସିକ ଭାବେ ମଜବୁତ ହେଉଛି । ତେଣୁ ମୋଟିଭିସେନାଲ ସ୍ପିକର ଟିମ ସହିତ ଜଡିତ ହୋଇଛନ୍ତି । ଯାହାଦ୍ବାରା ଖେଳାଳିଙ୍କୁ ମାନସିକ ଏବଂ ଆତ୍ମବିଶ୍ବାସ ମିଳିବ ।ଭାରତ-ପାକିସ୍ତାନ ମଧ୍ୟରେ ଗ୍ରୁପ ଷ୍ଟେଜ ମ୍ୟାଚରେ ହ୍ୟାଣ୍ଡସେକକୁ ନେଇ ବିବାଦ ତେଜିଥିଲା । ମ୍ୟାଚ ଶେଷ ହେବା ପରେ ଭାରତୀୟ ଖେଳାଳି ପାକିସ୍ତାନୀ ଖେଳାଳିଙ୍କ ସହିତ ହ୍ୟାଣ୍ଡସେକ କରିନଥିଲେ । ଯାହାଦ୍ବାରା ପାକିସ୍ତାନ ଟିମ ବହୁତ ନାରାଜ ହୋଇଥିଲା । ଏହି ପାକିସ୍ତାନ ପୋଷ୍ଟ ମ୍ୟାଚ ପ୍ରେସ କନଫରେନ୍ସ ବହିଷ୍କାର କରିଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ନିକଟରେ ଭାରତୀୟ ଟିମ୍ ଏବଂ ମ୍ୟାଚ ରେଫରୀ ଆଣ୍ଡି ପାୟକ୍ରଫ୍ଟ ବିପକ୍ଷରେ ଅଭିଯୋଗ କରିଥିଲା । ଯାହାକୁ ଆଇସିସି ଖାରଜ କରିଦେଇଥିଲା ।