
ଆଗାମୀ ଫିଲ୍ମ “ବ୍ୟାଟଲ୍ ଅଫ୍ ଗାଲୱାନ୍” ପାଇଁ ଚର୍ଚ୍ଚାରେ ଅଛନ୍ତି ସଲମାନ । ନିକଟରେ ସେ ଲଦାଖରେ ଫିଲ୍ମର ଏକ ସିଡ୍ୟୁଲ୍ ସମାପ୍ତ କରିଛନ୍ତି । ଫିଲ୍ମର ଦ୍ୱିତୀୟ ସିଡ୍ୟୁଲ୍ ମୁମ୍ବାଇରେ ହେବାର ଯୋଜନା ରହିଛି ବୋଲି ଏକ ସୂଚନା ମିଳିଛି ।ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ସୁଟିଂ ହେବ । ଏହି ସିଡ୍ୟୁଲ୍ ଆରମ୍ଭ କରିବା ପୂର୍ବରୁ ସଲମାନ ଲଦାଖରେ ସୁଟିଂ ସମୟରେ ହୋଇଥିବା ସାମାନ୍ୟ ଆଘାତ ଯୋଗୁଁ ଆଗାମୀ ସପ୍ତାହ ପାଇଁ ବିଶ୍ରାମ ନେବେ ।ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଫିଲ୍ମ “ବ୍ୟାଟଲ୍ ଅଫ୍ ଗାଲୱାନ୍”କୁ ନେଇ ବହୁତ ଚର୍ଚ୍ଚା । ତେବେ ଏହି ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ନିର୍ମାତା ଖୁବ୍ ଶୀଘ୍ର ରିଲିଜ କୁ ନେଇ ଖୁଲାସା କରିବେ ।ସଲମାନ ଖାନ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଅଭିନେତା ଲଦାଖରେ ଏକ ସିଡ୍ୟୁଲ୍ ସମାପ୍ତ କରିବା ପରେ ନିକଟରେ ମୁମ୍ବାଇ ଫେରିଛନ୍ତି । ଲଦାଖରେ ୪୫ ଦିନର ସିଡ୍ୟୁଲ୍ ବାସ୍ତବ ଜୀବନର ସ୍ଥାନଗୁଡ଼ିକରେ ସୁଟିଂ ହୋଇଥିଲା ।ଫିଲ୍ମ ଟିମ୍ ଲଦାଖରେ ୧୦ ଡିଗ୍ରୀ ସେଲସିୟସ ତଳେ ତାପମାତ୍ରାରେ ସୁଟିଂ କରି ଥିଲେ । ଯାହା ଫଳରେ ସଲମାନଙ୍କୁ ଅନେକ ଶାରୀରିକ ଆଘାତ ଲାଗିଥିଲା । ଆଘାତରୁ ସୁସ୍ଥ ହେବା ପାଇଁ, ସଲମାନ ମୁମ୍ବାଇରେ ଆଗାମୀ ସୁଟିଂ ସିଡ୍ୟୁଲ୍ ପୂର୍ବରୁ ବିଶ୍ରାମ ନେବେ । ଆକ୍ସନ୍ ସିକ୍ୱେନ୍ସ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ମୁମ୍ବାଇରେ ସୁଟିଂ କରାଯିବ । ଆକ୍ସନ୍ ସିକ୍ୱେନ୍ସ ସହିତ, “ବ୍ୟାଟଲ୍ ଅଫ୍ ଗାଲୱାନ୍”ର ଭାବପ୍ରବଣ ଦୃଶ୍ୟଗୁଡ଼ିକ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୁମ୍ବାଇରେ ସୁଟିଂ କରାଯିବ ବୋଲି ଜଣାପଡିଛି ।ସଲମାନ ନିକଟରେ ଫିଲ୍ମ ପାଇଁ ତାଙ୍କର ଲୁକ୍ ଉନ୍ମୋଚନ କରିଛନ୍ତି । ଯେଉଁଥିରେ ସେ ଜଣେ ସୈନିକ ଭାବରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷକୁ ଦର୍ଶାଯାଇଛି । “ବ୍ୟାଟଲ୍ ଅଫ୍ ଗାଲୱାନ”ରେ ନଜର ଆସିବେ।ସଲମାନ ଖାନଙ୍କ ସହ ଚିତ୍ରାଙ୍ଗଦା ।