Chai Pe Charcha: ଭୁବନେଶ୍ବରର ଏକ ଛକର ଚା ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Chai Pe Charcha: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ଗଣ ଦୌଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମେ ଫେୟାର ଛକ ଠାରେ ଥିବା ଏକ ଚା ଦୋକାନ ପାଖରେ ଚା ପିଇବା ସହିତ ସେଠାରେ ଥିବା ଜନସାଧାରଣଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।ଚା ପିଉ ପିଉ ମୁଖ୍ୟମନ୍ତ୍ରୀ, କେତେବେଳେ ବୁଢ଼ୀ ମାଆଟିକୁ ତା’ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଥାନ୍ତି ତ, କେତେବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ବିଷୟରେ ପଚାରି ବୁଝୁଥାନ୍ତି। ପାଖରେ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଭଲ ପାଠ ପଢିବା ଏବଂ ଯୁବ ବର୍ଗଙ୍କୁ ନିଶା ସେବନର ଅପକାରିତା ବିଷୟରେ ବୁଝାଉ ଥାନ୍ତି।ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଲୋକେ ବେଶ ଖୁସି ପ୍ରକଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ପାଇ ନିଜର ଅଭାବ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ତାଙ୍କ ପାଖରେ ଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।