
ହାଇଦ୍ରାବାଦ: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ଓ ‘ମୋ ବୋଉ, ମୋ ଗାଁ’ ନାଁ ବ୍ୟତୀତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଛନ୍ତି । ଆଜି (ସେପ୍ଟେମ୍ୱର 23) ନୂଆଦିଲ୍ଲୀରେ ଆୟୋଜିତ 71 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ।
ଜାତୀୟ ସ୍ତରରେ ଓଲିଉଡର କମାଲ୍ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ଭାବେ ‘ପୁଷ୍କରା’ ଓ ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ନନ ଫିଚର ଫିଲ୍ମ (non feature film, special mention) ଏବଂ ‘ମୋ ବୋଉ, ମୋ ଗାଁ’ (non feature film, best biographical/ historical reconstruction/complication film) ପାଇଁ ସମ୍ମାନିତ ହୋଇଛନ୍ତି । ସେହିପରି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇଛନ୍ତି । ଯାହା ଓଡ଼ିଶା ଏବଂ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ । କହିରଖୁଛୁ କି, ଏହି ପୁରସ୍କାର ୨୦୨୩ ବର୍ଷ ପାଇଁ ରହିଥିବା ବେଳେ ବିଜେତାଙ୍କ ନାମ ଅଗଷ୍ଟ ୧ ତାରିଖରେ ଘୋଷଣା କରାଯାଇଥିଲା । ତେବେ ଆଜି ରାଷ୍ଟ୍ରପତି ସମସ୍ତ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ।
ଦ ସି ଆଣ୍ଡ ସେଭନ ଭିଲେଜେସ୍’କୁ ଜାତୀୟ ପୁରସ୍କାର’ଦ ସି ଆଣ୍ଡ ସେଭନ ଭିଲେଜେସ୍’ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଫିଲ୍ମର ନିର୍ମାତା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ରାଣୀ ସାମନ୍ତ ଗ୍ରହଣ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ମଧ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ଫିଲ୍ମ ବିଷୟରେ କହିବାକୁ ଗଲେ, ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ନନ ଫିଚର ଫିଲ୍ମ (non feature film, special mention)ରେ ମନୋନୀତ । ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି । ସେଥିମଧ୍ୟରୁ କେରଳ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ, ୟୁ ଏସର ଲେନ ଡକ ଫିଲ୍ମ ଫେଷ୍ଟିଭାଲ, 25th ମଦୁରାଇ ଇଣ୍ଟରନେସନଲ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଫେଷ୍ଟିଭାଲ, 10th ସିଲିଗୁଡି ସର୍ଟ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ । ଏଥିସହ 54ତମ ଇଣ୍ଡିଆନ ପାନାରୋମାରେ ଏହା ପ୍ରଦର୍ଶିତ ହୋଇ ଲୋକପ୍ରିୟତା ହାସଲ କରିଥିଲା ।

