କୁଲାଡ଼ ଜଗନ୍ନାଥ ମନ୍ଦିର ପାଇଁ ପରିଚାଳନା କମିଟି ଗଠନ

ଭଞ୍ଜନଗର ୨୪/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଆଜି ଏକ ୧୭ ଜଣିଆ କମିଟି ଗଠନ ହୋଇଛି। ଏଥିସହ ଦୁଇଜଣକୁ ଉପଦେଷ୍ଟା ଭାବେ ନିଆଯାଇଛି।
ମନ୍ଦିର ପରିଚାଳନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଭଞ୍ଜନଗର ଉପ ଜିଲ୍ଲାପାଳ ଚେୟାରମ୍ୟାନ ଏବଂ ତହସିଲଦାର ସ୍ଥାୟୀ ସଭାପତି ଅଛନ୍ତି। କିନ୍ତୁ ବିଗତ କିଛି ମାସର ଘଟଣାକୁ ଦେଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ନୂତନ କମିଟି ଉପ ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ପରାମର୍ଶ ନେଇ ମନ୍ଦିର ପରିଚାଳନା କରିବେ। ତେଣୁ ଆଜି ବ୍ରହ୍ମାନନ୍ଦ ଦାସ ସଭାପତି ଭାବେ ଚୟନ ହୋଇଛନ୍ତି । ଉପ ସଭାପତି ଚିତ୍ତରଞ୍ଜନ ନାୟକ,
କୋଷାଧ୍ୟକ୍ଷ ନୀଳ ମାଧବ ଚୌଧୁରୀ, ସମ୍ପାଦକ ସଞ୍ଜୟ ପ୍ରଧାନ, ସହ ସଂପାଦକ ଭାବେ ଲକ୍ଷ୍ମୀ କାନ୍ତ ସୁବୁଦ୍ଧି ମନୋନୀତ ହୋଇଛନ୍ତି। ଏଥିସହ ଉପଦେଷ୍ଟା ଭାବେ ମୁରଲୀ ଧର ପଣ୍ଡା, ସୁଧିର ଦାସ ଏବଂ ସଭ୍ୟ ଭାବେ
ତାରା ପ୍ରସାଦ ପାତ୍ର, ବିଭୁ ନନ୍ଦନ ଶରାବ, ବିଜୟ ସାହୁ, ଶରତ ଦାସ, ଜଗନ୍ନାଥ ପୃଷ୍ଟି, ଦୁତି କୃଷ୍ଠ ପ୍ରଧାନ, ସୁରେନ୍ଦ୍ର ନାଥ ସାହୁ, ବିଭୁ ପ୍ରସାଦ ମିଶ୍ର, କେଶବ ଚନ୍ଦ୍ର ମହାନ୍ତି, ପି ରାମହରି ପାତ୍ର, ଅବନୀ କୁମାର ପାଢ଼ୀ, କୃଷ୍ଠ ଚନ୍ଦ୍ର ମହାରଣା ମନୋନୀତ ହୋଇଛନ୍ତି।