

ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ଜଣେ ଟାଟା ପାୱାର ଇଂଜିନିୟର ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ତୁଷାରକାନ୍ତ ରାୟ। ସେ TPCODL ର କାର୍ଯ୍ୟନିର୍ବାହୀ ଇଂଜିନିୟର ଅଛନ୍ତି। ସେ ଏକ ଆପାର୍ଟମେଣ୍ଟରେ ସବଷ୍ଟେସନ ବସାଇବା ପାଇଁ ଜଣେ ଇଲେଟ୍ରିକାଲ କଣ୍ଟ୍ରାକ୍ଟଠାରୁ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି।ଘଟଣାରୁ ଜଣାପଡିଛି ଯେ, ତୁଷାରକାନ୍ତ ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ ପାଇଁ ସବଷ୍ଟେସନ ବସାଇବା ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ସେହି କଣ୍ଟ୍ରାକ୍ଟର ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାପରେ ଖୋଳତାଡ କରିବାରୁ ତାଙ୍କ ପାଖରୁ ₹9,53,200 ଟଙ୍କା ଏବଂ ସୁନା ଜିନିଷ ଜବତ କରାଯାଇଛି। ଏ ନେଇ ଭିଜିଲାନ୍ସ ତରଫରୁ ଅଧିକ ଖୋଳତାଡ କରାଯାଉଛି।( ଏଥିରେ ଥିବା ଫଟୋ ଭିଜିଲାନ୍ସ ଦ୍ବାରା ପ୍ରଦାନ କରାଯାଇଛି।)