ବଡ଼ବଜାର ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ: ୫ ଲକ୍ଷରୁ ଉର୍ଦ୍ଧ୍ଵ ଜବତ, ୧୭ ଗିରଫ

ବ୍ରହ୍ମପୁର ୨୬/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବିଳମ୍ବିତ ରାତିରେ ବଡ଼ ବଜାର ଥାନା ପୁଲିସ ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ସାହିରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡାରେ ଚଢ଼ାଉ କରି ୧୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଏକାଧିକ ନାମୀଦାମୀ ବ୍ୟବସାୟୀ, ବୁକି ରହିଥିବା ଜଣାପଡିଛି । ଏହି ଚଢ଼ାଉରେ ଟାଉନ ଏସଡିପିଓ ପ୍ରିୟ ରଞ୍ଜନ ଛୋଟରାୟ, ବଡ଼ ବଜାର ଥାନା ଅଧିକାରୀ ବାବା ଶଙ୍କର ସରଫ୍ ଓ ଅନ୍ୟାନ୍ୟ ପୁଲିସ ଅଫିସର ସାମିଲ ଥିବା ଜଣାପଡ଼ିଛି ।