
ବଲିଉଡର ଚର୍ଚ୍ଚିତ ଅଭିନେତା ଅନୁପମ ଖେର ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ତିରୁମାଳା ସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଭଗବାନ ବିଷ୍ଣୁଙ୍କ ଅବତାର ପାଇଁ ଲୋକମାନେ ସେହି ସ୍ଥନକୁ ଖୁବ୍ ପସନ୍ଦ କରିଥାଆନ୍ତି । ଫଳରେ ସେଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭିଡ଼ ଜମିଥିବା ଦେଖିବାକୁ ମିଳିଥାଏ ।ଭେଙ୍କେଟେଶ୍ବରଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଅଭିନେତା ଅନୁପମ ଖେରଙ୍କୁ ଲାଲ ସ୍କ୍ରୋଲ ପିନ୍ଧିଥିବା ନଜର ଆସିଛନ୍ତି । ବହୁ ବର୍ଷ ପରେ ଭେଙ୍କେଟେଶ୍ବର ମନ୍ଦିର ଆସିଥିବାରୁ ଅଭିନେତା ଜଣକ ତାଙ୍କ ଖୁସିକୁ ସେୟାର କରିଥିଲେ । ଏହାରି ମଧ୍ୟରେ ଅଭିଜ୍ଞତା ବାଣ୍ଟି ଅନୁପମ କହିଛନ୍ତି ଯେ,’’ ଦେବୀଙ୍କ ଦର୍ଶନ କରିବା ସମୟରେ ଆଖି ଖୋଲା ରଖିବା ପାଇଁ ପୂଜାରୀଙ୍କ ନିର୍ଦ୍ଦେଶ ଥିଲା । ଯାହା ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଏହା ଛଡ଼ା ଦର୍ଶନ ସମୟରେ ତାଙ୍କ ଆଖିରୁ ଲୁହଧାର ବହିଚାଲିଥିଲା । ସେ ସେଠାରୁ ଦର୍ଶନ ସାରି ଆସିବା ପରେ ତାଙ୍କୁ ଅପୂର୍ବ ଆନନ୍ଦ ମିଳିଥିଲା । ’’ଅନ୍ୟପଟେ ଅଭିନେତା ତାଙ୍କ ପରିବାର ସମେତ ଶୁଭେଚ୍ଛୁମାନଙ୍କ ପାଇଁ ସେ ପ୍ରାର୍ଥନା କରିଥିଲେ । ଏଥିସହ ସେ ସମସ୍ତଙ୍କର ସୁଖ, ସଫଳ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି । ଏହାରି ମଧ୍ୟରେ ତାଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ଚଳଚ୍ଚିତ୍ର ‘ତନଭି ଦି ଗ୍ରେଟ୍’ ସେପ୍ଟେମ୍ବର ୨୬ ରେ ପୁଣି ରିଲିଜ କରିଥିଲା । ଯାହା ଭାରତୀୟ ସଶସ୍ତ୍ର ବାହିନୀର ବିଷୟବସ୍ତୁକୁ ଦର୍ଶାଉଛି ।ଏହା ବ୍ୟତୀତ ଏହି ଫିଲ୍ମରେ ବୋମନ ଇରାନୀ, ଜ୍ୟାକି ଶ୍ରଫ୍, କରଣ ଟାକର, ଅରବିନ୍ଦ ସ୍ୱାମୀ, ନାସେର ଏବଂ ବ୍ରିଟିଶ ଅଭିନେତା ଇଏନ୍ ଗ୍ଲେନ୍ ଅଭିନୟ କରିଛନ୍ତି। ଏହି ଫିଲ୍ମଟି କାନ୍ସ, ନ୍ୟୁୟର୍କ, ଲଣ୍ଡନ ଏବଂ ହ୍ୟୁଷ୍ଟନର ମହୋତ୍ସବ ସମୟରେ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲା । ଏହା ପୁଣେର ଜାତୀୟ ପ୍ରତିରକ୍ଷା ଏକାଡେମୀ ଏବଂ ଦକ୍ଷିଣ କମାଣ୍ଡର ପ୍ରିମିୟରରେ ପ୍ରଶଂସା ମଧ୍ୟ ପାଇଥିଲା ।