
ଜଗନ୍ନାଥ ପ୍ରସାଦ ୨୭/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମପଞ୍ଚାୟତ ଭବନ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ର ସହକାରୀ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ କୁମାର ସେନାପତି ଏବଂ ତାଙ୍କର କର୍ମକର୍ତା ମାନେ ପ୍ରବାସୀ ଶ୍ରମିକମାନଙ୍କୁ ନିରାପଦ ତଥା ଆଇନ୍ ସମ୍ମତ ଭାବେ ବାହାର ରାଜ୍ୟକୁ ଯାଇ କାର୍ଯ୍ୟ କରିବା ସମ୍ବନ୍ଧରେ ବାର୍ତ୍ତା ଓ ସଚେତନତା କରିବା ସହ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଦାଶକାଠିଆ ମାଧ୍ୟମ ରେ ସଚେତନ କରାଯାଇଥିଲା। ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥ ନାଥ ମଲ୍ଲିକ ସଚେତନ କରିବା ସହ ବିଡ଼ିପୁର ଗ୍ରାମ ପଂଚାୟତ ରେ ମନେରେଗା ମାଧ୍ୟମ ରେ ବିଭିନ୍ନ କାର୍ଯ୍ୟ ଭଲ ହୋଇଥିବା ରୁ ଉଚ୍ଚ ପ୍ରଶଂସା କରିଥିଲେ ଓ ପରବର୍ତୀ ସମୟ ରେ ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ ଶ୍ରମିକ ମାନଙ୍କୁ କହିଥିଲେ କି ଆପଣ ମନେ ଅନ୍ୟ ରାଜ୍ୟ କୁ ଯିବା ପୂର୍ବରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଳକ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ତାଙ୍କର ନାମ, ଠିକଣା ଓ କେଉଁ ରାଜ୍ୟକୁ କେତେଦିନ ପାଇଁ ଯାଉଛନ୍ତି, ଶ୍ରମ ଠିକାଦାର ଙ୍କ ସହାୟତା ରେ ଯାଉଥିଲେ ତାଙ୍କର ନାମ ଠିକଣା ଯୋଗାଯୋଗ ନମ୍ବର ଇତ୍ୟାଦି ଦାଖଲ ଓ ପଞ୍ଜିକରଣ କରି ଯିବା ସମ୍ବନ୍ଧରେ ସଚେତନତା କରାଇ ଥିଲେ।
ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସହକାରୀ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ସେନାପତି,ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥ ନାଥ ମଲ୍ଲିକ ,ପୂର୍ବତନ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ବରଗାଁ ପୂର୍ବତନ ସରପଞ୍ଚ ତଥା ସଦ୍ୟ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଉମା ଶଙ୍କର ବାରିକ,ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଶିଶିର କାନ୍ତ ସାହୁ,ନାୟବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,ପିଇଓ ଶ୍ରୀଯୁକ୍ତ ତୁଷାର କାନ୍ତି ଜାନି,ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଅମିର କୁମାର ସ୍ୱାଇ, ସମସ୍ତ ୱର୍ଡ ସଭ୍ୟ ସଭ୍ୟା ଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।