ବ୍ରାହ୍ମଣ ପଦର ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ ଝାଲିଆଗୋଛା ଗ୍ରାମରେ ଗୁରୁବାର ବ୍ରାହ୍ମଣ ପଦର କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ବ୍ରାହ୍ମଣପଦର ସମିତିସଭ୍ୟା ପ୍ରତିନିଧି କେଶବ ଗୌଡ, ୱାର୍ଡ ମେମ୍ବର କାଳୀ ଚରଣ ବିଷୋୟୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ଦ୍ବୀପ ପ୍ରଜ୍ଜ୍ୱଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ କର୍ମୀ ଜଳନ୍ଧର ନାଇକ, ରିଙ୍କୁ ବିଷୋୟୀ, ପୁନିଆ ବିଷୋୟୀ, ଶିବାନନ୍ଦ ବିଷୋୟୀ, ବୁଟୁଲୁ ନାୟକ, ପ୍ରଭୁ ଗୌଡ଼, ପଞ୍ଚୁ ବିଷୋୟୀ, ଗନ୍ଧି ବିଷୋୟୀ ଙ୍କ ସହ ଅନ୍ୟାନ୍ୟ ନେତା ଓ କର୍ମୀ ଯୋଗ ଦେଇ ସହଯୋଗ କରିଥିଲେ । ତୃଣମୂଳ ସ୍ତରରେ ଆଗାମୀ ଦିନରେ କଂଗ୍ରେସ ଦଳକୁ କିପରି ସୁଦୃଢ଼ କରାଯାଇପାରିବ ଏବଂ ଗାନ୍ଧୀଙ୍କ ନୀତିରେ ପରିଚାଳିତ ହୋଇ ତୃଣମୂଳ ସ୍ତରରୁ ଦୁର୍ନୀତି ମୂଳୋତ୍ପାଟନ କରାଯାଇପାରିବ ସେ ଉପରେ ସମିତିସଭ୍ୟା ପ୍ରତିନିଧି କେଶବ ଗୌଡ ଗୁରୁତ୍ୱାରୋପ କରିଥିଲେ । ଶେଷରେ ୱାର୍ଡ ମେମ୍ବର କାଳୀ ଚରଣ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।