
ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ବଡ ଭରସା। କାରଣ ତାଙ୍କ ସଂଗୀତକୁ କୃତ୍ରିମ ବୁଦ୍ଧିମତ୍ତା ବା AI ପ୍ଲାଟଫର୍ମ ବ୍ୟବହାର କରି କେତେକ କଂପାନୀ ବ୍ୟବସାୟ କରିବାରେ ଲାଗିଛନ୍ତି। ଏପରି ଅନଧିକୃତ ବ୍ୟବହାରରୁ ରକ୍ଷା କରିବା ପାଇଁ ବର୍ତ୍ତମାନ କୋର୍ଟ ପଦକ୍ଷେପ ନେଇଛନ୍ତି।କୋର୍ଟ ପ୍ରସିଦ୍ଧ ଗାୟିକାଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛନ୍ତି, AI କମ୍ପାନୀ, ଅନଲାଇନ୍ ବଜାର ଏବଂ ଡିଜିଟାଲ୍ ବିକ୍ରେତାମାନଙ୍କୁ ତାଙ୍କ ସ୍ୱର କ୍ଲୋନ୍ କରିବା କିମ୍ବା ତାଙ୍କ ଅନୁମତି ବିନା ତାଙ୍କ ପ୍ରତିଛବି, ପ୍ରତିରୂପ ଏବଂ ପରିଚୟର ଅପବ୍ୟବହାର କରିବାକୁ ନିଷେଧ କରିଛନ୍ତି।90 ବର୍ଷୀୟ ଆଶା, ମାୟକ୍ ଇନକର୍ପୋରେଟେଡ୍-ଏକ AI କମ୍ପାନୀ ସମେତ ଅନେକ ଅପରାଧୀଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପ୍ରତିରୂପର ଭଏସ୍ କ୍ଲୋନ୍ କରି କଂପାନୀମାନେ ବ୍ୟବସାୟିକ କାର୍ଯ୍ୟ କରୁଛନ୍ତି। ଏଥିରେ କୋର୍ଟ ହସ୍ତକ୍ଷେପ କରି ତୁରନ୍ତ ବନ୍ଦ କରାନ୍ତୁ ବୋଲି ଆଶା ଆବେଦନ କରିଥିଲେ। ତାଙ୍କ ଆବେଦନକୁ କୋର୍ଟ ଗମ୍ଭୀରତା ସହିତ ଗ୍ରହଣ କରି ଏହି କାର୍ଯ୍ୟକୁ ସଂପୂର୍ଣ୍ଣ ନିଷେଧ କରିଛନ୍ତି।