
ଦାରିଙ୍ଗବାଡ଼ି/କେନ୍ଦୁଝର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଡୁଲୁରୀ ପାଇନ ବଣ ଶଙ୍ଖ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ତିନି ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେକୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସମସ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏପଟେ କେନ୍ଦୁଝର ଏନଏଚ-୪୯ ବେଲଦା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା ପାର ହେଉଥିବାବେଳେ ଧକ୍କା ଦେଇଛି କାର୍ । ଦୁର୍ଘଟଣାରେ ସାନ ଭାଇଙ୍କ ମୃତ ହୋଇଥିବା ବେଳେ ବଡ଼ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବଡ଼ ଭାଇକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।