୨ ବର୍ଷର ପିଲାମାନଙ୍କୁ କପ୍ ସିରଫ ମନା, ସରକାର ଦେଲେ ପରାମର୍ଶ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କିଛି ଦିନ ଭିତରେ କଫ ସିରଫ ଖାଇବା ଦ୍ବାରା ୧୨ ଶିଶୁଙ୍କ ଜୀବନ ଚାଲି ଯାଇଛି । ଏହି ପିଲାମାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଜୀବନକୁ ବଞ୍ଚାଉଥିବା କଫ ସିରଫ କିପରି ପିଲାମାନଙ୍କ ଜୀବନ ହାରିବାର କାରଣ ପାଲଟୁଛି ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି । ତେବେ ପିଲାମାନଙ୍କ ମୃତ୍ୟୁ ଖବର ଶୁଣିବା ପରେ ସରକାର ସମସ୍ତ ପିଲାମାନଙ୍କୁ କଫ୍ ସିରଫ ଦେବା ଉପରେ ରୋକ ଲଗାଇ ଦେଇଛନ୍ତି ।ତେବେ ଏହି କଫ୍ ସିରଫ ଗୁଡିକୁ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି । ଯାହାର ରିପୋର୍ଟ ଏବେ ସାମନାକୁ ଆସିଛି । ଦିଲ୍ଲୀରେ ସିଡିଏସସିଓ ,ପୁଣେରେ ବରେଲିଓ ପ୍ରତିଷ୍ଠାନ ମଧ୍ୟ ପ୍ରଦେଶ ସରକାର, ୯ଟି ସାମ୍ପୁଲର ଯାଞ୍ଚ ପୂରଣ କରିଛନ୍ତି । ଯାଞ୍ଚ ରେ କିଛି ସାମ୍ପୁଲରେ କୌଣସି ଜିନିଷ ମିଳିଲାନାହିଁ । ଏବେ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏହି ଘଟଣାର ତଦନ୍ତ କରୁଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏକ ଆଡାଭାଇଜରୀ ପ୍ରକାଶ ପାଇଛି । ଯେଉଁଠାରେ କୁହାଯାଉଛି ୨ ବର୍ଷରୁ କମ ବୟସର ଶିଶୁ ମାନଙ୍କୁ କଫ୍ ସିରଫ ପିଇବାକୁ ବାରଣ କରାଯାଇଛି ।ଏ ସବୁ ଘଟଣା ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଥୁବା ପରସିଆ ବ୍ଲକରେ ହୋଇଥିବା ଜଣା ପଡିଛି । ଥଣ୍ଡା,ଜ୍ବର,ଏବଂ ଫ୍ଲୁରେ ୧୪୨୦ ଶିଶୁଙ୍କ ନାମ ତାଲିକାରେ ରହିଛି । ଏମାନଙ୍କ ମୃତ୍ୟୁ ପାଇଁ କୋଲଡ୍ରିଫ୍ ଚେନ୍ନାଇ,ଏବଂ ନେକ୍ସା ଡିଏଶ୍ କୁ ଦାୟୀ କରାଯାଇଛି । ଘରୋଇ ଚିକିତ୍ସାରେ ସରକାରୀ ଡାକ୍ତର ମାନେ ଏହାକୁ ପରାମର୍ଶ ଦେଇଛନ୍ତି ।