ବେଲଗୁଣ୍ଠା: ୨୫ ହଜାର ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ

ବେଲଗୁଣ୍ଠା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି/ ବିନାୟକ ଗୌଡ଼, ବେଲଗୁଣ୍ଠା ପ୍ରତିନିଧି): ଭିଜିଲାନ୍ସ ଜାଲରେ ପଡିଲେ ପ୍ରଶାସନିକ ଅଧିକାରୀ। ଗଞ୍ଜାମ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍‌ ଅର୍ଡର ଓ ଏରିୟର କରାଇଦେବାକୁ ଲାଞ୍ଚ ନେଉଥିଲେ। ବାଲିପଦର ବସ୍ ଷ୍ଟାଣ୍ଡ ନିକଟରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡିବା ପରେ ଅଧିକାରୀଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଆରମ୍ଭ ହୋଇଛି। ଏଥି ନେଇ ଭ୍ରଷ୍ଟାଚାର ନିବାରଣ (ସଂଶୋଧନ) ଅଧିନିୟମ ୨୦୧୮ ଅଧୀନରେ ବ୍ରହ୍ମପୁର ଭିଜିଲାନ୍ସ ପୋଲିସ କେଶ୍ ନଂ ୧୪/୨୦୨୫ ରୁଜୁ କରାଯାଇଛି ।