
ଭଞ୍ଜନଗର ୦୯/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସ୍ଥାନୀୟ ବ୍ରହ୍ମାକୁମାରୀସ୍ ଅନୁଷ୍ଠାନର ଶାନ୍ତି ସ୍ରୋତ ଭବନରେ ୪୩ତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବରେ ପାଳନ କରାଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନେତା ଜଗବନ୍ଧୁ ଜେନା ଓ ସନ୍ତୋଷ କୁମାର ଜେନା, ସମାଜ ସେବୀ ଶୂଳପାଣି ଶତପଥୀ ଉପସ୍ଥିତ ଥିଲେ । ଝଣ୍ଡା ଉତ୍ତୋଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟ ବ୍ଯକ୍ତା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ଅନୁଷ୍ଠାନର ଅଦ୍ୟାବଧି କାର୍ଯ୍ୟଧାରାର ସମସ୍ତ ବିବରଣୀ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ମହୋଦୟା ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାରୀ ଅଲିଭା, ଅନୀତା, ପ୍ରାପ୍ତି,ପିଙ୍କି ଭଉଣୀ ସମସ୍ତ କାର୍ଯ୍ୟରେ ସହଯୋଗୀ ହୋଇ ଶୃଙ୍ଖଳିତ ଭାବେ ସଂପାଦନ କରିଥିଲେ।