ପ୍ରେମାନନ୍ଦ ଜୀ ମହାରାଜଙ୍କ ନିକଟରେ ପହଞ୍ଚିଲେ ଏଲଭିସ୍ ଯାଦବ, ଆଶୀର୍ବାଦ ନେବା ପରେ ନେଲେ ଏଭଳି ସଂକଳ୍ପ

ବୃନ୍ଦାବନ : ପ୍ରେମାନନ୍ଦ ଜୀ ମହାରାଜଙ୍କ ନିକଟରେ ବିଗ୍ ବସ୍ ଓଟିଟି ବିଜେତା ଏଲଭିସ ଯାଦବ । ବୃନ୍ଦାବନ ରେ ଏଲଭିସଙ୍କୁ ସାକ୍ଷା କରିବା ସହିତ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ଜୀ ମହାରାଜଙ୍କ ସ୍ବାସ୍ଥ୍ୟବସ୍ଥା ନିକଟରେ ଖରାପ ରହିଥିଲା । ତେଣୁ ସ୍ବାସ୍ଥ୍ୟ ସମ୍ବନ୍ଦୀୟ ସମସ୍ୟା ଯୋଗୁଁ ନିଜର ପଦ ଯାତ୍ରାକୁ ସ୍ଥଗିତ କରିଥିଲେ ପ୍ରେମାନନ୍ଦ ମହାରାଜଜୀ । ତାଙ୍କ ପଦଯାତ୍ରା ସିନା ସ୍ଥଗିତ ରହିଥିଲା କିନ୍ତୁ ତାଙ୍କ ପ୍ରଶଂସକ ତାଙ୍କୁ ଦେଖାକରିବା ପାଇଁ ବୃନ୍ଦାବନରେ ପହଞ୍ଚିଇଛନ୍ତି । ଏଲଭିସ ବୃନ୍ଦାବନରେ ପହଞ୍ଚିଥିବାର ଭିଡିଓ ଭାଇରଲ ହେଉଛି ।ପ୍ରେମାନନ୍ଦ ଜୀଙ୍କ ସହିତ ସାକ୍ଷାତ କରିବା ପରେ ଏଲଭିସ ନିଜର ଗତ ଜନ୍ମର ପୂଣ୍ୟ ଏବଂ ଭବିଷ୍ୟ ବିଷୟରେ କଥା ହୋଇଥିଲେ । ଏହାସହିତ ନିଜ ସ୍ବାସ୍ଥ୍ୟ ବିଷୟରେ କହିଥିଲେ ପ୍ରେମାନନ୍ଦ ମହାରାଜ । ସେ କହିଥିଲେ, ମୋ ସ୍ବାସ୍ଥ୍ ବିଷୟରେ ମୁଁ କ’ଣ କହିପାରିବି ? ମୋର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି, କିନ୍ତୁ ଈଶ୍ବରଙ୍କ କ୍ପାରୁ ତୁମମାନଙ୍କ ସହିତ ସାକ୍ଷାତ କରିପାରୁଛି ଏବଂ କଥା ହୋଇପାରୁଛି । ଏବେ କିନ୍ତୁ କିଛି ଠିକ୍ କରିବା ଜରୁରୀ ନୁହେଁ, ଆଜି ହେଉ କିମ୍ବା କାଲି, ଆମେ ସମସ୍ତଙ୍କୁ ଯିବାକୁ ପଡିବ । ପ୍ରେମାନନ୍ଦ ଜୀଙ୍କ ଏହି କଥା ଶୁଣିବା ପରେ ଏଲଭିସ ଭାବୁକ ହୋଇଯାଇଥିଲେ ।ଏଲଭିସଙ୍କୁ ଜପ କରିବା ପାଇଁ ପ୍ରେମାନନ୍ଦ ଜୀ ମହାରାଜ କହିଥିଲେ । ଭଗବାନଙ୍କ ନାମ ନେଇ ଜପ କରିବା ଦ୍ବାରା ତୁମର କୌଣସି କ୍ଷତି ହେବ ନାହିଁ । ଏଲଭିସ ମହାରାଜଙ୍କ କଥଶ ଶୁଣି ୧୦ ହଜାର ଥର ରାଧା ନାମ ଜପ କରିବାକୁ ସଂକଳ୍ପ ନେଇଛନ୍ତି । ଯଦି ଆପଣ ହାତରେ ମଦ ଧରି ଦେଖାଇବ, ତେବେ ଲକ୍ଷାଧିକ ଲୋକ ତାହା ଶିଖିବେ । ଯଦି ଆପଣ ରାଧା ନାମ ଜପ କରିବେ, ତେବେ ଲୋକ ସେୟା ଦେଖି ଶିଖିବେ ।ସୂଚନାଯୋଗ୍ୟ, ନିକଟରେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ପଦଯାତ୍ରାକୁ ସ୍ଥଗିତ କରିଥିଲେ । କିନ୍ତୁ ତାଙ୍କ ପ୍ରଶଂସକ ତାଙ୍କୁ ଦେଖାକରିବା ପାଇଁ ବୃନ୍ଦାବନ ପହଞ୍ଚିଯାଇଥିଲେ ।