ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡରୁ ଧମକ, ୫ କୋଟି ମାଗିଲା ଦାଉଦ ଗ୍ୟାଙ୍ଗ

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡରୁ ଧମକ ମିଳିଛି । ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କ ଡି’କମ୍ପାନୀ ପକ୍ଷରୁ ୫ କୋଟି ଦେବାକୁ ଆସିଛି ମେସେଜ୍ । ଚଳିତ ବର୍ଷ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମକୁ ତିନୋଟି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ । ଡି-କମ୍ପାନୀରୁ ମିଳିଥିବା ଧମକରେ ରିଙ୍କୁ ସିଂହଙ୍କଠାରୁ ୫ କୋଟି ଟଙ୍କା ଦାବି କରାଯାଇଥିଲା । ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।ରିଙ୍କୁ ସିଂହ ନିକଟରେ ଏସିଆ କପ୍ ଖେଳିକି ଫେରିଛନ୍ତି। ସେ ଫାଇନାଲରେ ଖେଳି ବିଜୟୀ ସ୍କୋର କରିଥିଲେ। କିନ୍ତୁ ଏବେ ଅଣ୍ଡରୱାର୍ଲ୍ଡରୁ ଧମକ ମିଳିବାର ଏକ ଚାଞ୍ଚଲ୍ୟକର ଖବର ଆଲୋଡ଼ନ ସୃଷ୍ଟି କରିଛି । ରିଙ୍କୁ ସିଂଙ୍କୁ ଧମକ ଦେବା ପାଇଁ ପୋଲିସ ଗିରଫ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଧମକ ଦେଇଥିବା ସ୍ୱୀକାର କରିଛି ।ପୂର୍ବତନ ବିଧାୟକ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କଠାରୁ ୧୦ କୋଟି ଟଙ୍କା ମାଗିବା ଅଭିଯୋଗରେ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ରିଙ୍କୁ ସିଂଙ୍କୁ ଫୋନ୍ କରି ତାଙ୍କଠାରୁ ଟଙ୍କା ମାଗିଥିବା ସ୍ୱୀକାର କରିଥିଲା । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ, ଜିଶାନ ସିଦ୍ଦିକି ଏପ୍ରିଲ ୧୯ ରୁ ୨୧ ମଧ୍ୟରେ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ । ଏହାପରେ ରିଙ୍କୁ ସିଂଙ୍କ ପ୍ରମୋସନାଲ୍ ଟିମ୍ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ତିନୋଟି ଧମକ ପାଇଥିଲା ।ତେବେ ଟଙ୍କା ମାଗିଥିବା ଦୁଇଜଣ ଅଭିଯୁକ୍ତକୁ ୱେଷ୍ଟଇଣ୍ଡିଜରୁ ଗିରଫ କରାଯାଇଥିଲା । ଜଣକ ନାମ ମହମ୍ମଦ ଦିଲଶାଦ ଏବଂ ମହମ୍ମଦ ନବୀଦ । ଏମାନଙ୍କୁ ଅଗଷ୍ଟ ୧ ତାରିଖରେ ଭାରତକୁ ହସ୍ତାନ୍ତର କରାଯାଇଥିଲା । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ, ଜିଶାନ ସିଦ୍ଦିକି ଏପ୍ରିଲ ୧୯ ରୁ ୨୧ ମଧ୍ୟରେ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ । ଚଳିତ ବର୍ଷ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମକୁ ତିନୋଟି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ । ତେବେ ଏନେଇ ପୋଲିସ ଆହୁରି ଯାଞ୍ଚ କରୁଛି ।