
କେନ୍ଦୁଝର: ଡକାୟତି ଯୋଜନା ପଣ୍ଡ, ୯ ଆନ୍ତଃରାଜ୍ୟ ଡକାୟତ ଗିରଫ । ପରିତ୍ୟକ୍ତ ଘରେ ଡକାୟତି ଯୋଜନାବେଳେ ମାଡ଼ିବସିଲା ପୋଲିସ । ୫ଟି ବନ୍ଧୁକ ଜବତ । କେନ୍ଦୁଝର ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର ପୋଲିସର ସ୍ବତନ୍ତ୍ର ଟିମର ମିଳିତ ଉଦ୍ୟମରେ ଡକାୟତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୦ଟି ଗୁଳି ସହ ୫ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି ।ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଗିରଫଙ୍କ ମଧ୍ୟରେ ଅଛି ମୟୂରଭଞ୍ଜର ଗଣେଷ ଗିରି । ଝାରଖଣ୍ଡ ଓ ଓଡିଶାରୁ ବଛା ବଛା ଅନେକ ଯୁବକଙ୍କୁ ନେଇ ସେ କରିଥିଲା ମହାକାଳ ଗ୍ରୁପ୍ । ଲୋକଙ୍କୁ ଭୟଭୀତ କରାଇବାକୁ ରାସ୍ତା ମଝିରେ ଆତଙ୍କ ଖେଳାଉଥିଲା । ରାସ୍ତା ମଝିରେ ଗାଡ଼ି ରକି କେକ୍ କାଟି ପାଳନ କରୁତିଲା ଜନ୍ମଦିନ ।