ଲୋକଙ୍କୁ ଭୟଭୀତ କରି ସାଜିଥିଲେ ଡନ୍, ବାନ୍ଧିନେଲା ପୋଲିସ

କେନ୍ଦୁଝର: ଛୋଟ ବେଳୁ ପ୍ରତ୍ୟେକ ପିଲାର ଇଚ୍ଛା ଥାଏ ପାଠ ପଢି ବଡ ଅଫିସର ହେବାକୁ ହେଲେ ଗଣେଶ ଗିରୀର ଇଛା ଥିଲା ଗ୍ୟାଙ୍ଗଷ୍ଟାର ବନି କେନ୍ଦୁଝରର ଡନ ହେବାକୁ । ହେଲେ ଏ ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା । ଡନ୍ ପାଇଁ ଗଠନ କରିଥିଲେ ମହାକାଳ ଗ୍ରୁପ । ଆଉ ଏଥିରେ ସାମିଲ କରିଥିଲା ଝାରଖଣ୍ଡ ଓ ଓଡିଶା ରାଜ୍ୟରୁ ବଛା ବଛା ଅନେକ ଯୁବକ । ଆଉ ଏହାର ଡନ ସାଜିଥିଲା ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଆଞ୍ଚଳର ଗଣେଷ ଗିରୀ ।ଲୋକଙ୍କୁ ଭୟବିତ କରିବାକୁ ଏକା ସାଙ୍ଗରେ ୨୦ ରୁ ଉର୍ଦ୍ଧ୍ବ ଗାଡି ନେଇ ସୁରକ୍ଷା ବଳୟ ଭିତରେ ବାହାରୁ ଥିଲେ ଗଣେଶ I ରାସ୍ତା ମଝିରେ ଗାଡି ରଖି ଖଣ୍ଡାରେ କେକ କାଟି ଜନ୍ମ ଦିନ ପାଳନ କରୁଥିଲେ । ଲୋକଙ୍କୁ ଭୟଭୀତ କରିବାକୁ ଏହି ଭିଡିଓ ସବୁ ମହାକାଳ ଗ୍ରୁପ୍ ନାଁ ରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳ କାରଖାନା ମାଲିକଙ୍କୁ ଧମକ ଦେଇ ନେଉଥିଲେ ଦାଦା ବଟି । ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ଟି ମାମଲା । ଯେଉଁଥିରେ ଡକାୟତି, ହତ୍ୟା , ଖଣିଜ ପଦାର୍ଥ ଚୋରାଚାଲାଣ ଓ ଦାଦା ବଟି ଆଦାୟ ଭଳି ସଙ୍ଗିନ ଅଭିଯୋଗ ରହିଛି । ଯାହାକୁ ନେଇ ତାଙ୍କ ପଛରେ ପଡ଼ିଥିଲା କେନ୍ଦୁଝର ପୋଲିସ। ପରେ ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ ।ତେବେ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି କେନ୍ଦୁଝରରେ ଡକାୟତି ପାଇ ନରଣପୁରର ଘଡଘଡି ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିବା ବେଳେ ୯ ଜଣଙ୍କୁ ମାଡି ବସିଲା ପୋଲିସ । ସେମାନଙ୍କ ଠାରୁ ୫ ଟି ପିସ୍ତଲ ୨୫ ଟି ଜୀବନ୍ତ ଗୁଳି, ୭ ଟି ମ୍ୟାଗେଜିନ ସହ ୫ ଟି ମାରଣାସ୍ତ୍ର ଓ ଏକ ଥର ଗାଡି ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।ସେପଟେ ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ଏପରି ଗ୍ୟାଙ୍ଗ ଫିଲ୍ମ ଦେଖି ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗଷ୍ଟାର ହୋଇ ହତ୍ୟା, ଡକାୟତି,ରାହାଜାନୀ, କରି ଆତଙ୍କ ସୃଷ୍ଟି କରୁଥିବା ଏହି ଗ୍ୟାଙ୍ଗ କୁ ପୋଲିସ ଧରିବା ଫଳରେ ଏକ ବଡ଼ ଧରଣର ଡକାୟତି ରୁ ସହରବାସୀ ଉଦ୍ଧାର ପାଇଛନ୍ତି ବୋଲି ସହରବାସୀ କହିଛନ୍ତି ।