ହବିଷ୍ୟାଳୀ କେନ୍ଦ୍ର ଦାୟିତ୍ୱ ରେ ବରିଷ୍ଠ ଅଧିକାରୀ

ପୁରୀ , (ବଲାରାମ ତ୍ରିପାଠୀ ରିପୋର୍ଟ): ପୁରୀ କାର୍ତ୍ତିକ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ୫ଟି ହବିଷ୍ୟାଳୀ କେନ୍ଦ୍ର ଚଳଚଂଚଳ ହୋଇ ଉଠିଛି।ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ନିଜେ ସମସ୍ତ ହବିଷ୍ୟାଳୀ କେନ୍ଦ୍ର କୁ ଏକାଧିକ ବାର ପରିଦର୍ଶନ କରି ତାହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି।କୌଣସି କେନ୍ଦ୍ର ରେ ଯେପରି କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ସଜାଗ ରହିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ବୁଲିବା ସମୟରେ ହବିଷ୍ୟାଳୀ ମା ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ ସେମାନେ ଉଠାଉ ଥିବା ବିବିଧ ସମସ୍ୟା ର ତ୍ବରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି।ଜିଲ୍ଲାପାଳ ଏହି ୫ଟି କେନ୍ଦ୍ର ର ଶୃଙ୍ଖଳିତ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି।ବୃନ୍ଦାବତୀ ହବିଷ୍ୟାଳୀ କେନ୍ଦ୍ରରେ ବରିଷ୍ଠ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଡ ଶରତ ଚନ୍ଦ୍ର ମହାପାତ୍ର, ବଗଲା ଧର୍ମଶାଳା ଦାୟିତ୍ୱ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ରେଲୱେ କଲ୍ୟାଣ ମଣ୍ଡପ ଦାୟିତ୍ୱ ରେ ପିକେଡିଏ ସମ୍ପାଦକ ଦିଲ୍ଲୀପ କୁମାର ମହାରଣା ଓ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ରହିଛନ୍ତି।ବରିଷ୍ଠ ଅଧିକାରୀ ଙ୍କ ଅଧିନରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ ମାନେ କାର୍ଯ୍ୟ ରତ ଅଛନ୍ତି।