
ସାକ୍ଷୀଗୋପାଳ: ରାଜ୍ୟର ଗ୍ରାମାଞ୍ଚଳର ପାରମ୍ପରିକ ଖାଦ୍ୟକୁ ଆହୁରି ବ୍ୟାପକ ଏବଂ ଅଧିକ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀ ଓଡ଼ିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ହାତରେ ୩୫ ପ୍ରକାରର ଖାଦ୍ୟକୁ ପ୍ରସ୍ତୁତ କରି ଏହାକୁ ପ୍ରଦର୍ଶିତ କରିଥିଲେ । ଯାହାର ମାନ ଏହାର ଗୁଣବତା ବେଶ ଉଚ୍ଚକୋଟୀର ହୋଇଥିଲା ।କିଏ ବରାରେ ମଟର ତରକାରୀ ମିଶାଇ ଗ୍ରାହକଙ୍କୁ ଦେବାରେ ବ୍ୟସ୍ତ ତ ଆଉ କିଏ ମାଣ୍ଡିଆରେ ପ୍ରସ୍ତୁତ କ୍ଷୀରୀ ଦେବାରେ ଲାଗି ପଡ଼ିଛନ୍ତି ଆଉ କିଛି ଝାଲମଟର ଦେବାରେ ନିଜକୁ ବ୍ୟସ୍ତ କରାଇ ଦେଇଛନ୍ତି । ସେପଟେ ପୁର ଦେଇ ମଣ୍ଡା ପିଠା ତିଆରି ଲାଗି ପଡ଼ିଲେଣି ଆଉ କିଛଇ ଛାତ୍ରଛାତ୍ରୀମାନେ । ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଆ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ପରଶିଥିଲେ । ଯେଉଁଥିରେ ରହିଥିଲା ରସାବଳୀ ସେଓଖିରୀ ବୁଟଡ଼ାଲିପକୁଡ଼ି ତୁଳସୀଚା ମାଣ୍ଡିଆସୁପ ଖଜରାଲଡ଼ୁ ଝାଲମଟର ଜିଅନ୍ତାଘୁଘୁନି ପାଚେଡ଼ି ଗୁପଚୁପ ଚଟାପଟକାକରା ଖୁଆଖୋଇଲସି ଝରଝରାମ୍ୟାଗିରୋଲ ଫରଫରାଚକୁଳି ସରସରାଦହିବରା ସହିତ ୩୫ ପ୍ରକାରର ଖାଦ୍ୟକୁ ପ୍ରଦର୍ଶିତ କରିଥିଲେ । ଛାତ୍ରଛାତ୍ରୀମାନେ କେବଳ ଯେ ପାଠ ପଢନ୍ତି ତାହା ନୁହେଁ ପାଠ ପଢା ସାଙ୍ଗ୍ୁ ନିଜ ହାତରେ ଏତେ ପ୍ରକାରର ଖାଦ୍ୟକୁ ପ୍ରସ୍ତୁତି କରିପାରନ୍ତି ତାହା ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରତିଫଳିତ ହୋଇ ପାରିଛି ।ଓଡ଼ିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଛନ୍ତି ଭଳି କି ଭଳି ଖାଦ୍ୟ । ବିରି ଚାଉଳ ମାଣ୍ଡିଆ ସୁଜି ରେ ସମସ୍ତ ଖାଦ୍ୟକୁ ପ୍ରସ୍ତୁତ କରାଯାଇଛି । ଖାଦ୍ୟ ପ୍ରସ୍ତୁତ ସମୟରେ ଖାଦ୍ୟର ମାନ ଏବଂ ପରିସ୍କାର ପରିଛନ୍ନତାକୁ ଗୁରୁତ୍ଵ ଦେଇ ଛାତ୍ରଛାତ୍ରୀମାନେ ଏଭଳି ୩୫ ପ୍ରକାରର ପାରମ୍ପରିକ ଖାଦ୍ୟକୁ ନିଜ ହାତରେ ପ୍ରସ୍ତୁତ କରିଛନ୍ତି । କାହାର ଖାଦ୍ୟ କେତେ ଭଲ ହୋଇଛି ତାହା ପରଖିବା ପାଇଁ ଅତିଥିଙ୍କୁ ଅପେକ୍ଷା କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ଓଡ଼ିଆ ବିଶ୍ଵ ବିଦ୍ୟାଳୟ ପରିସରରେ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ଖାଦ୍ୟ ପ୍ରସ୍ତୁତ କରିଥିଲେ ସେମାନେ ଅତିଥି ଙ୍କୁ ଖାଦ୍ୟର ମାନ ପରଖିବା ପାଇଁ କହିଥିଲେ । ମୂଖ୍ୟ ଅତିଥି ଭାବରେ କୁଳପତି ପ୍ରଫେସର ଶତୃଘ୍ନ ପାଣୀଗ୍ରାହୀ ଯୋଗ ଦେଇ ଦେଇ ଖାଦ୍ୟର ମାନକୁ ପରୀକ୍ଷା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଏଭଳି ପଦକ୍ଷେପକୁ ସ୍ଵାଗତ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟକୁ ଭୂୟଶୀ ପ୍ରଶଂଶା କରିଥିଲେ । ପ୍ରଦର୍ଶିତ ହୋଇଥିବା ଖାଦ୍ୟ ଗୁଡ଼ିକ କେହି କାହା ଠାରୁ କମ୍ ନ ଥିଲେ । ଏହିି କାଯର୍୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଲୋକ ଲୋଚନକୁ ଆଣାଯାଇଥିଲା । ଯାହାର ସ୍ଵାଦ ପରଖିବା ପାଇଁ ସ୍ଥାନୀୟ ଅଂଚଳର ଲୋକମାନଙ୍କର ବେଶ ଭିଡ଼ ଜମିଥିଲା ।ଓଡ଼ିଶାର ପାରମ୍ପରିକ ଖାଦ୍ୟର ମାନ ଏହାର ଗୁଣବତାକୁ ନେଇ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ପାରମ୍ପରିକ ଖାଦ୍ୟ ଓ ସ୍ଵାଦର ସମ୍ଭାର ବେଶ ଉଚ୍ଚକୋଟୀର ହୋଇଥିଲା ।