
ସୋରଡ଼ା ୧୨/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଓଆଇସି ଶୁଭ୍ରଜିତ ସାମନ୍ତରାୟଙ୍କୁ ଇନ୍ସ୍ପେକଟର ଭାବେ ପଡୋର୍ନତି ମିଳିଛି। ସ୍ୱତନ୍ତ୍ର କେନ୍ଦ୍ରୀୟ ଚୟନ ବୋର୍ଡ ଓଡିଶା ପୋଲିସ, କଟକ ଦ୍ୱାରା ପ୍ରକାଶିତ ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସବ ଇନ୍ସ୍ପେକଟର ମାନଙ୍କୁ ଇନ୍ସ୍ପେକଟର ରୂପେ ପଦୋର୍ନତି କରାଯାଇଛି। ମୋଟ ୪୨୭ ଜଣ ଏହି ପଦବୀ ପାଇଛନ୍ତି। ୨୦୧୯ ମସିହା ଜାନୁଆରୀ ମାସରେ ଏସଆଇ ରୂପେ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ ଚାକିରୀ ଜୀବନ ଆରମ୍ଭ କରିଥିବା ଶ୍ରୀ ସାମନ୍ତରାୟ ପରବର୍ତୀ ସମୟରେ ଗାଙ୍ଗପୁର ଥାନା ଓ ହୁମା ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ବର୍ତମାନ ସୋରଡ଼ା ବ୍ଲକ ବଡ଼ଗଡ଼ ଥାନା ରେ ଓଆଇସି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ସାମନ୍ତରାୟ ଙ୍କୁ ଇନ୍ସ୍ପେକଟର ଭାବେ ପଦୋର୍ନତି ହେବାର ଖବର ପ୍ରକାଶିତ ହେବା ପରେ ବଡ଼ଗଡ଼ ଥାନାର ସମସ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଜଣେ ଦକ୍ଷ ପୋଲିସ ଅଫିସର ଭାବେ ଗଞ୍ଜାମ ଜିଲ୍ଲାରେ ତାଙ୍କର ବେଶ ଅଭିଜ୍ଞ୍ୟତା ରହିଛି। ଶ୍ରୀ ସାମନ୍ତରାୟ ଥାନାଧିକାରୀ ଭାବେ ଅଭିଷିକ୍ତ ହେବା ପରେ ବଡ଼ଗଡ଼ ଅଞ୍ଚଳରେ ଆଇନଗତ ଶୃଙ୍ଖଳା ବିଶେଷ ସହାୟକ ହୋଇପାରିବ ବୋଲି ଅଞ୍ଚଳ ବାସୀ ଦୃଢ଼ ଆଶାବାଦୀ ରହିଛନ୍ତି।