ଘୁମୁସରର ବିକାଶ ପାଇଁ ରାଜଧାନୀରେ ଘୁମୁସରିଆଙ୍କ ରଣ ହୁଙ୍କାର

ଭଞ୍ଜନଗର : ୧୨/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜନୈତିକ ଇଛାଶକ୍ତିର ଅଭାବରେ ଶାସ୍ତ୍ର ଓ ଶସ୍ତ୍ରର ମାଟି ଘୁମୁସର ଆଜି ଅବହେଳିତ I ହଜାର ବର୍ଷର ଭଞ୍ଜ ରାଜବଂଶ ଶାସନ, ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନର ଏନ୍ତୁଡିଶାଳା, ଭାଷା, ଉପମା, ଚାନ୍ଦଚଉପଦୀ ସାହିତ୍ୟର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଭୂମି, ଆଦିବାସୀ ଓ ଭଞ୍ଜରାଜବଂଶ ଇଷ୍ଟଦେବୀ ବାଗଦେବୀ ସାଧନା କ୍ଷେତ୍ର, ଇଂରେଜଙ୍କ ନିଦ ହଜେଇଥିବା ଅପରାଜିତ ବୀର ଚକରା ବିଶୋଈଙ୍କ ରଣ ଭୂମି ଘୁମୁସର ଅଞ୍ଚଳ ଗୁଡିକ ସ୍ଵାଧୀନପରଠାରୁ ସରକାର ସ୍ତରେ କିଛି ଆଖିଦିଶିଆ ବିକାଶ କାର୍ଯ୍ୟହୋଇ ନାହିଁ I ଏହି ପରିପ୍ରେଖିରେ ଘୁମୁସର ଉନ୍ନୟନ ମଂଚର ଏକ ସାଧାରଣ ସଭା ସ୍ଥାନୀୟ ପାତ୍ରପଡାର ଏଏ କନଭେସନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ ମଂଚର ସଭାପତି ଶ୍ରୀଯୁକ୍ତ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଘୁମୁସର ବିକାଶ ପରିଷଦ ଭଞ୍ଜନଗରର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ସଭା ପରିଚାଳନା କରିଥିଲେ। ଦୁରଦର୍ଶନର ପ୍ରାକ୍ତନ ନିର୍ଦେଷକ ଡକ୍ଟର ଶାନ୍ତନୁ କୁମାର ରଥ ସଂଯୋଜନା କରି ଥିଲେ। ସମ୍ମାନୀୟ ଅତିଥି ଭାବରେ ବିଜେପିର ବରିଷ୍ଠ ନେତା ମହେଶ୍ଵର ମହାନ୍ତି, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଭାସ୍କର ପଟନାୟକ, ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ସମ୍ପାଦକ ଭି ଏନ୍କେଡ ରତ୍ନ ପାତ୍ର, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ଲିଙ୍ଗରାଜ ଗୌଡ଼, ସିନିକଳାକାର ସୁବାଶ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଦାମ ଭଟ୍ଟମିଶ୍ର ,ବିଶିଷ୍ଟ ସମାଜସେବୀ ନବକୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ଦିଲୀପ ବିଶୋଈ,ପ୍ରକାଶ ଚନ୍ଦ୍ର ସାହୁ, ଆଇନଜୀବୀ ପ୍ରାର୍ଥସାମନ୍ତରା, ବାଲ୍ମୀକି ପାତ୍ର, ରବିନାରାୟଣ ସାମନ୍ତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଘୁମୁସର ଜିଲ୍ଲା ଗଠନ ଦାବି ଉପରେ ସବିଶେଷ ଆଲୋଚନା ହୋଇଥିଲା। ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା, ଭଞ୍ଜଙ୍କନାମରେ ଡାକଟିକଟ ଓ ବୈଦେହୀ ନାମରେ ଟ୍ରେନ ପ୍ରଚଳନ, ୧୦୩ ବର୍ଷର ପୁରାତନ ଦାବୀ ଭଞ୍ଜନଗରକୁ ରେଲୱେ ପଥ ନିର୍ମାଣ, ଘୁମୁସରର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଘୁମୁସରିଆ ମହୋଉସ୍ତବ ପାଳନ,ଘୁମୁସର ବିକାଶ ପାଇଁ ସ୍ଵତନ୍ତ୍ର ବଜେଟ ଓ ରାଜଧାନୀରେ ଘୁମୁସରିଆଙ୍କ କାର୍ଯ୍ୟଳୟ ଖୋଲିବା ବିଭିନ୍ନ ଦାବୀ ଅଧିବକ୍ତା ମାନେ ସେମାନଙ୍କ ଦାବୀ ରଖି ଥିଲେ I ବର୍ଷେ ଉପରେ ହେଲାଣି ଅସ୍ମିତାର ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଆ ଭାଷାର ଏନ୍ତୁଡିଶାଳ ସାଧନାପୀଠ ଓ ଭଞ୍ଜଭୂମୀକୁ ପାଦ ନ ଦେବା ବଡଦୁଖର ବିଷୟ ବୋଲି ସଭାରେ କ୍ଷବୋ ପ୍ରକାଶ ପାଇଥିଲା । ଆଗାମୀ ଡିସେମ୍ବର ୧୩ ଓ ୧୪ରେ ଘୁମୁସର ମହୋଉତ୍ସବ ଅନୁଷ୍ଟିତହେବ ଓ ୨୧ଜଣିଆ ଯୁବଗୋଷ୍ଟିଙ୍କୁ କୋରକମିଟି ଗଠନ କରାଯାଇଅଛି ଯିଏକି ଉପରୋକ୍ତ ଦାବୀପୂରଣ ହେଲା ପର୍ଯ୍ୟନ୍ତ ସାଙ୍ଗଠନିକ କାମ କରିବ । ସର୍ବଶେଷରେ ଶିକ୍ଷାବିତ ଶ୍ରୀଯୁକ୍ତ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।