
ବର୍ତ୍ତମାନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଜି ୩୨ ତମ ଜନ୍ମଦିନ । ମାହିକା ଶର୍ମାଙ୍କ ସହ ହାର୍ଦ୍ଦିକ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । ଏଥି ସହ ଏୟାରପୋର୍ଟରେ ଉଭୟ ଏକାଠି ନଜର ଆସିବା ସହିତ ବିଚ୍ ଫଟୋକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏକ ସୁନ୍ଦର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ମାହିକା ଶର୍ମାଙ୍କ ସହ ଦେଖିବାକୁ ମିଳିଛି । ସେୟାର ହୋଇଥିବା ଏହି ଫଟୋଟି ମାଳଦ୍ବୀପର ଏକ ବିଚରୁ ଆସିଛି ବୋଲି ଜଣାପଡିଛି । ଯେଉଁଥିରେ ଦୁହେଁ ବ୍ଲାକ୍ ଡ୍ରେସରେ ନଜର ଆସିଛନ୍ତି । ଏଥିସହ ଏହି ଫଟୋରେ ତାଙ୍କ ଜନ୍ମଦିନ କେକ୍ ମଧ୍ୟ ଦେଖିବାକୁ ମିଳିଛି । ସେ ତାଙ୍କର ଜନ୍ମଦିନକୁ ବ୍ୟକ୍ତିଗତ ଭାବେ ପାଳନ କରିଛନ୍ତି ।ଏହା ବ୍ୟତୀତ ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଦୁହେଁ ମୁମ୍ବାଇ ଏୟାରପୋର୍ଟରେ ଏକାଠି ନଜର ଆସିଛନ୍ତି । ସେମାନଙ୍କୁ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କିନ୍ତୁ ତାଙ୍କର ପୋଷ୍ଟ ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି