
ଖଲିକୋଟ ୧୩/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଏସଆଇ କେଶବ ଷଡ଼ଙ୍ଗୀଙ୍କୁ ଇନ୍ସ୍ପେକଟର ଭାବେ ପଦୋନ୍ନତି ମିଳିଛି। ସ୍ୱତନ୍ତ୍ର କେନ୍ଦ୍ରୀୟ ଚୟନ ବୋର୍ଡ ଓଡିଶା ପୋଲିସ କଟକ ଦ୍ୱାରା ପ୍ରକାଶିତ ଓଡିଶା ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସବ ଇନ୍ସ୍ପେକଟର ମାନଙ୍କୁ ଇନ୍ସ୍ପେକଟର ରୂପେ ପଦୋନ୍ନତି କରାଯାଇଛି। ମୋଟ ୪୨୭ ଜଣ ଏହି ପଦବୀ ପାଇଛନ୍ତି। ୨୦୧୯ ମସିହା ଜାନୁଆରୀ ମାସରେ ଏସଆଇ ରୂପେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ରେ ଚାକିରୀ ଜୀବନ ଆରମ୍ଭ କରିଥିଵା ଶ୍ରୀ ଷଡ଼ଙ୍ଗୀ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଏସଆଇ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୩ ମସିହାରେ ଭଞ୍ଜନଗର ଥାନାରେ କାର୍ଯ୍ୟ କରୁଥିବା ସମୟରେ ଆଇନ ଶୃଙ୍ଖଳା, ଅପରାଧୀ ଦମନ ତଥା ପାଇଁ ତତକାଳିନ ପୋଲିସ ଡିଜିଙ୍କ ସୁନୀଲ ବଂଶଲ ଠୁ ଡିଜିପି ଡିସ୍କ ଆୱାର୍ଡ ପାଇଥିଲେ, ୨୦୨୪ ସାଧାରଣ ନିର୍ବାଚନ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶଂସିତ ହୋଇଥିଲେ ଓ ତା ପରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନାରେ ବର୍ତମାନ ଏସଆଇ ରୂପେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଷଡ଼ଙ୍ଗୀ ଇନ୍ସ୍ପେକଟର ଭାବେ ପଦୋନ୍ନତି ଖବର ମିଳିବା ପରେ ଖଲିକୋଟ ଥାନାଧିକାରୀ ରମେଶ ପ୍ରଧାନ ଓ ଥାନାର ସମସ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ରେ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ତାଙ୍କର ବେଶ ଖ୍ୟାତି ରହିଛି। ଶ୍ରୀ ଷଡ଼ଙ୍ଗୀଙ୍କୁ ଯେଉଁ ଜାଗାରେ ଥାନାଧିକାରୀ ଭାବେ ଅଭିଶକ୍ତ କରିଲେ ସେ ସୁଚାରୁ ରୂପେ ଥାନା ଚଳାଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।