
ରମ୍ଭା ୧୩/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଏସଆଇ ଅମରକାନ୍ତ ଷଡ଼ଙ୍ଗୀଙ୍କୁ ଇନ୍ସ୍ପେକଟର ଭାବେ ପଦୋର୍ନତି ମିଳିଛି। ସ୍ୱତନ୍ତ୍ର କେନ୍ଦ୍ରୀୟ ଚୟନ ବୋର୍ଡ ଓଡିଶା ପୋଲିସ କଟକ ଦ୍ୱାରା ପ୍ରକାଶିତ ଓଡିଶା ର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସବ ଇନ୍ସ୍ପେକଟର ମାନଙ୍କୁ ଇନ୍ସ୍ପେକଟର ରୂପେ ପଦୋର୍ନତି କରାଯାଇଛି। ମୋଟ ୪୨୭ ଜଣ ଏହି ପଦବୀ ପାଇଛନ୍ତି। ୨୦୧୯ ମସିହା ଜାନୁଆରୀ ମାସରେ ଏସଆଇ ରୂପେ ଗଞ୍ଜାମ ଜିଲ୍ଲା ଆସ୍କା ଆଦର୍ଶ ଥାନା ରେ ଚାକିରୀ ଜୀବନ ଆରମ୍ଭ କରିଥିଵା ଶ୍ରୀ ଷଡ଼ଙ୍ଗୀ ପରବର୍ତୀ ସମୟରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଥାନାରେ ଏସଆଇ ରହିକି ୧ ମାସ ଯାଏଁ ଓଆଇସି ଭାବେ କାର୍ଯ୍ୟ କରିଛନ୍ତି। ଓ ତା ପରେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାରେ ବର୍ତମାନ ଏସଆଇ ରୂପେ କାର୍ଯ୍ୟ କରୁଛନ୍ତି।ଶ୍ରୀ ଷଡ଼ଙ୍ଗୀ ଇନ୍ସ୍ପେକଟର ଭାବେ ପଦୋର୍ନତି ଖବର ମିଳିବା ପରେ ରମ୍ଭା ଥାନାଧିକାରୀ କୁମର ମୁଦୁଲି ଓ ଥାନାର ସମସ୍ତ କର୍ମଚାରୀ ଓ ବୁଦ୍ଧିଜୀବୀ ମହଲ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ରେ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଶ୍ରୀ ଷଡ଼ଙ୍ଗୀଙ୍କୁ ଯେଉଁ ଜାଗାରେ ଥାନାଧିକାରୀ ଭାବେ ଅଭିଶକ୍ତ କରିଲେ ସେ ସୁଚାରୁ ରୂପେ ଥାନା ଚଳାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।