ଭଞ୍ଜନଗର: ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଯୁବ ଗୋଷ୍ଠି

ଭଞ୍ଜନଗର ୧୪/୧୦: (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିଲା। ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ନିକଟସ୍ଥ ବାସୁଦେବ ପୁରା ଗ୍ରାମର ବୁବୁନୁ ଗୌଡ଼ (୩୨) ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ ଉଦୟଗିରି ରୁ ଗୋବରା ଫେରୁଥିବା ସମୟରେ ବାଇକ ଟି ତୁଳସୀ ପଲ୍ଲୀ ଗ୍ରାମ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର କୁ ଗାଡିଟି ଧକା ଦେଇ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ସୁରକ୍ଷିତ ଭାବରେ ମେଡିକାଲ ରେ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ବଡ ତୁଳସୀ ପଲ୍ଲୀ ର ଯୁବକ ସଂଘ ର ସଦସ୍ୟ ମାନେ । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଜଣକୁ ସୁବର୍ଣ୍ଣ ସମୟ ମଧ୍ୟ ରେ ମେଡିକାଲ ରେ ପଂହଁଚାଇ ଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିବା ଡାକ୍ତର କହିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ବ୍ୟକ୍ତି ଜଣକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଭାରସାମ୍ୟ ହରାଇ ବାଇକ ଟି ମନ୍ଦିର କାନ୍ଥକୁ ଧକ୍କା ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।