
ଗଜପତି (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବୁଧବାର ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ବନପାଳଙ୍କ କାର୍ଯ୍ୟାଳୟ ଓ ବାସଗୃହ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଓ ମୋହନା ବିଧାୟକ ଶ୍ରୀଯୁକ୍ତ ଦଶରଥୀ ଗମାଙ୍ଗ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗାରାଜୁ, ପାରଳାଖେମୁଣ୍ଡି ସହ-ବନସଂରକ୍ଷକ ଅଧିକାରୀ ଅରୁଣ କୁମାର ସାହୁ ତଥା ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼, ଭୀଷ୍ମଗିରିର ସେକ୍ସନର ବନପାଳ ଶ୍ରୀଯୁକ୍ତ ଦେବାଶିଷ ଶତପଥି ଓ ବନ କର୍ମଚାରୀ ମାନେ ଯୋଗ ଦେଇ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଛନ୍ତି l