
ଭଞ୍ଜନଗର ୧୮/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର କୃଷିବିଜ୍ଞାନ କେନ୍ଦ୍ର ରେ, ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ପ୍ରଶିକ୍ଷକ ଙ୍କ ତାଲିମ କର୍ମଶାଳା ଓଡିଶା ସରକାର ଙ୍କ ସହାୟତା ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ସହଯୋଗ ରେ ଅନୁଷ୍ଠିତ ହୋଇଛି l ସୁସ୍ଥ ଓ ଉତ୍ତମ ବିହନ ଉତ୍ପାଦନ ଉପରେ ପ୍ରଶିକ୍ଷକ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ. ଅଜୟ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିହନ ପ୍ରମାଣନ ଅଧିକାରୀ ରଘୁନାଥ ମହାପାତ୍ର ଗଞ୍ଜାମ, କୃଷି ଜିଲ୍ଲା ଅଧିକାରୀ ବ୍ୟୋମୋକେଶ ମିଶ୍ର, ଭଞ୍ଜନଗର ଏବଂ ସତ୍ୟବ୍ରତ ଦାସ ଆସ୍କା, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଭଞ୍ଜନଗର ଡ. ସୁତନୁ କୁମାର ଶତପଥୀ, ଗୋଷ୍ଠୀ କୃଷି ଅଧିକାରୀ ଭଂଜନଗର, ଆସ୍କା, ବୁଗୁଡା, ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା, ଆୟୋଜକ ସଂସ୍ଥା ଇରୀ ର ବିଶେଷଜ୍ଞ-ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନା ଗିରିଜା ପ୍ରସାଦ ସ୍ଵାଇଁ, କୃଷି ପରିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ଉତ୍ପାଦକ ସଂଘ, ଓ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ ।
ପ୍ରଥମେ ସହଯୋଗୀ ଅନୁଷ୍ଠାନ ନିର୍ଦ୍ଦେଶ ର ନିର୍ଦ୍ଦେଶକ ଗିରିଧାରୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଆୟୋଜକ ସଂସ୍ଥା ଇରୀ ର ବିଶେଷଜ୍ଞ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପୋଷୋଣ ଯୁକ୍ତ ଧାନ ଚାଷ, ଗୁଣାତ୍ମକ ବିହନ କିପରି ସଂଗ୍ରହ କରାଯାଇପାରିବ ଓ ଏହାକୁ ଚାଷ କ୍ଷେତ୍ରରେ ବ୍ୟବହାର କଲେ ଫସଲ ନିରୋଗ ହେବା ସହିତ ଅଧିକ ଅମଳ ହୋଇପାରିବ ବୁଝାଇଥିଲେ । ବିହନ ପ୍ରମାଣନ ଅଧିକାରୀ ବିହନ ସଂଗ୍ରହ ପ୍ରଣାଳୀ, ସଂରକ୍ଷଣ ଓ ପ୍ରୟୋଗ ବିଷୟରେ ଆଲୋଚନା କରିଥିଲେ । ବ୍ଲକ କୃଷି ଅଧିକାରୀ ଭଞ୍ଜନଗର ସରକାରଙ୍କ ଦ୍ଵାରା ମିଳୁଥିବା କୃଷି ଯନ୍ତ୍ରପାତି, ଜଳସେଚନ ବ୍ୟବସ୍ଥା ଉପରେ ବୁଝାଇବା ସହିତ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ଜୈବିକ ସାର ପ୍ରୟୋଗ, ବିହନ ପରିଚାଳନା ଦ୍ଵାରା ଉତ୍ପାଦିତ ଶସ୍ଯରୁ କଣ ପୃଷ୍ଟିସାର ମିଳିଥାଏ ତାହା ପିପିଟି ମାଧ୍ୟମରେ ବୁଝାଇଥିଲେ । ଜିଲ୍ଲା କୃଷି ଅଧିକାରୀ ସମସ୍ତ ଆଲୋଚନା ବିଷୟ କିଭଳି ସଫଳ କାର୍ଯ୍ୟକ୍ଷମ ହେବା ସହିତ ଗୁଣାତ୍ମକ ଓ ସୁସ୍ଥ ବିହନ ଉତ୍ପାଦନ କରିବା ଓ ଏହାର ସଂରକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ । ଡ. ସ୍ଵାତୀ ସ୍ଵଙ୍ଗପ୍ରଭା କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର, ଗଞ୍ଜାମ-୧ ବିଷୟ ବସ୍ତୁ ବିଶେଷଜ୍ଞ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ ।