
ଭୁବନେଶ୍ୱର : ଚୋରି ମୋବାଇଲ ଓ ବାଇକ ଫେରାଇଲା କେନ୍ଦୁଝର ପୋଲିସ । କେନ୍ଦୁଝର ଏସପି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦୦ଶହ ରୁ ଅଧିକ ବାଇକ ଓ ୧୦୦ରୁ ଅଧିକ ମୋବାଇଲକୁ ତାର ପ୍ରକୃତ ହିତାଧିକାରୀଙ୍କୁ ଫେରାଇଛି ପୋଲିସ । ସମସ୍ତ ଗାଡି ଓ ମୋବାଇଲର କାଗଜପତ୍ର ଯାଂଚ କରାଯାଇ ମାଲିକ ମାନଙ୍କୁ ପ୍ରଦାନ କରିଛନ୍ତି ଏସପି । କାର୍ଯ୍ୟକ୍ରମରେ ଡିଏଫଓ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ହଜିଲା ଜିନିଷ ଫେରିପାଇଥିବା ଲୋକେ ଖୁସିବ୍ୟକ୍ତ କରିଥିବା ବେଳେ, ପୋଲିସର ପ୍ରଂଶସା କରିଛନ୍ତି । ତନ୍ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍କୁଟର ୫ ବର୍ଷ ତଳେ ହଜିଯାଇଥିଲା, ଏବେ ତାଙ୍କର ବି ପରଲୋକ ହୋଇସାରିଛି । ତାଙ୍କ ଅବର୍ତ୍ତମାନ ପୁଅ ଓ ନାତି ସ୍କୁଟର ଟି ନେବାକୁ ଆସିଥିବା ବେଳେ, ବାପାଙ୍କ ସନ୍ତକ ପାଇଥିବାରୁ ଭାବବିହ୍ୱଳ ହୋଇଛନ୍ତି ।