୨୫ ହଜାର ମରଶରୀର ବ୍ୟବଛେଦ କରିଥିବା ରାମ ଭାଇ ଆଉ ନାହିଁ

ଯେଉଁ ରାମ ଭାଇ ଆପଣ ମାନଙ୍କ ଭିତରୁ ଅନେକଙ୍କ ଆତ୍ମୀୟ ସ୍ୱଜନ କି ପରିଜନ ଦେହାନ୍ତ ହେଲେ ପୁରା ଆଗରେ ରହି ମୃତ ଶରୀର ବ୍ୟବଚ୍ଛେଦ କରନ୍ତି l ସେହି ରାମ ଭାଇ ଆଉ ନାହାନ୍ତି l କାଲି ରାତିରେ ଆରପାରିକୁ ଚାଲି ଯାଇଛନ୍ତି l ସବୁଠୁ ବଡ଼ କଥା ହେଉଛି ରାମ ଭାଇ ମୃତ ଶରୀର ନିକଟରେ କାନ୍ଦିବା ପାଇଁ କେହି ନାହାଁନ୍ତି lତେବେ ଅନେକ ସୁଖ ଦୁଃଖର ଖବର ଆପଣମାନଙ୍କ ସାମ୍ନାରେ ଆମେ ଉପସ୍ଥାପନ କରିଛୁ l କେଉଁଟି ଆପଣଙ୍କ ମନକୁ ମନୋରଞ୍ଜନ କରିଛି ଆଉ କେଉଁଟା ଆପଣଙ୍କ ମନରେ କ୍ରୋଧ ଆଣିଛି l ଆଜି ଖବର ଉପସ୍ଥାପନ କରୁଛୁ ଯାହାଙ୍କର କଥା ଜାଣିଲେ ଆପଣଙ୍କ ହୃଦୟକୁ ବାରମ୍ବାର ବ୍ୟଥିତ କରିବ ଆଉ ଆଖିରୁ ଅମାନିଆ ହୋଇ ଲୁହ ଝରିବ l ଆସନ୍ତୁ ଜାଣିବା ରାମ ଭାଇ ଭଳି ବ୍ୟକ୍ତି ବିଷୟରେ l ରାମ ଭାଇଙ୍କ ପ୍ରକୃତ ନାମ ରାମଚନ୍ଦ୍ର ବାଇେଡଙ୍କ lଘର ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳରେ l କାହିଁ କେଉଁ ବର୍ଷରୁ ଆସି ଭୁବନେଶ୍ୱରରେ ବସବାସ କରି ରହୁଥିଲେ l ଦିନେ ଏହି କ୍ୟାପିଟାଲ ହସ୍ପିଟାଲକୁ ଜଣେ ସାଧାରଣ କର୍ମଚାରୀଟିଏ ହୋଇ ଆସିଥିଲେ ଆଜି ସେହି ଠାରୁ ଶଵ ହୋଇ ଯାଉଛନ୍ତି l ଦୀର୍ଘ ୨୫ ବର୍ଷ ପୂର୍ବେ ଏହି ଶଵ ବ୍ୟବଚ୍ଛେଦ ଗୃହକୁ ଆସିଥିଲେ l ଆଜି ସୁଦ୍ଧା କେତେ ଯେ ମରଶରୀରକୁ ନିଜ ହାତରେ ବ୍ୟବଚ୍ଛେଦ କରିଛନ୍ତି ତାର ସଂଖ୍ୟାରେ କହିବା ଆକଳନ କରିହେବନି l ଜୀବନ କାଳ ଭିତରେ ଅତି ପାଖାପାଖି ୨୦ରୁ ୩୦ ହଜାର ଶଵ ବ୍ୟବଚ୍ଛେଦ କରିଥିବେ ସେ l ଅବସର ପରେ ମଧ୍ୟ ସେ ଏହି କ୍ୟାପିଟାଲ ହସ୍ପିଟାଲରେ ଶଵ ବ୍ୟବଚ୍ଛେଦ କରୁଥିଲେ l ଏତେ ବଡ଼ କରୋନା ସମୟରେ ମଧ୍ୟ ଅନେକ କରୋନା ସଂକ୍ରମିତ ମୃତ ଶରୀରକୁ ନିଜ ହାତରେ ବ୍ୟବଚ୍ଛେଦ କରିଥିବେ କିନ୍ତୁ କରୋନା ଛୁଇଁ ନଥିଲା lଅତି ଦରଦୀ ମଣିଷଟେ, ସାରା ଓଡିଶାର ବିଭିନ୍ନ ପ୍ରାନ୍ତରୁ ଖାଲି ନୁହେଁ ଓଡ଼ିଶା ବାହାରୁ ବି ଆସିଥିବା ଅସୁବିଧାରେ ଥିବା ଅସହାୟ ଶବର ସାଥୀ ଥିଲେ l ହସ୍ପିଟାଲର ସବୁ କର୍ମଚାରୀ ଠାରୁ ନେଇ ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁହ l ପୋଷ୍ଟମର୍ଟମ ଗୃହ ନିକଟରେ ଥିବା ଚାକୁଣ୍ଡା ଗଛଟି ସତେ ଯେମିତି ରାମ ଭାଙ୍କୁ ଝୁରି ଝୁରି କାନ୍ଦୁଛି । ରାମ ଭାଇଙ୍କ ସହିତ ମିଶି କାମ କରୁଥିବା ସହକର୍ମୀ ଯୁବତୀ ଜଣଙ୍କ କଇଁ କଇଁ କାନ୍ଦ ହୃଦୟକୁ ବିଦୀର୍ଣ୍ଣ କରୁଥିଲା l ସେ କହୁଥିଲେ ଗୁମୁରି ଗୁମୁରି କାନ୍ଦି କାନ୍ଦି କେଇ ପଦ କହୁଥିଲେ lପୁଅଟି କାନ୍ଦି କାନ୍ଦି କହୁଥାନ୍ତି ରାମ ଭାଇ କଥା l ସ୍ତ୍ରୀ ଆରପାରିକୁ ଚାଲିଗଲା ପରେ ରାତି ଦିନ ସବୁ ସମାନ କରି ସାରା ଜୀବନ ଏହି ଶଵକୁ ନିଜର ସାଥୀ କରି ବଞ୍ଚିଥିଲେ ଆସିଥିଲେ l ଆଜି ଆଉ ନାହାନ୍ତି l ଆପଣ ମାନେ ଆସିଲେ ଆଉ ରାମ ଭାଇଙ୍କୁ ଖୋଜିଲେ ଆଉ ପାଇବେନି l