
ଭଞ୍ଜନଗର ୨୩/୧୦ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିସରରେ ଆସନ୍ତା ୨୬ ତାରିଖରେ ମେଗା ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସର୍ଜରୀ ଶିବିର ହେବ। ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖା ଏବଂ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଓଡ଼ିଶା ଶାଖା ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି।
ଏଥିରେ ଜଣାଶୁଣା ଡାକ୍ତରମାନେ ଯୋଗଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଏଥିସହ ଯେଉଁମାନଙ୍କ ଅପରେଶନ ଆବଶ୍ୟକ ସେମାନଙ୍କ ଅପରେସନ ମଧ୍ୟ କରାଯିବ। ତେଣୁ ଶିବିରରେ ଅଧିକରୁ ଅଧିକ ଲୋକ ଯୋଗଦେଇ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ଅଧିକ୍ଷକ ଡାକ୍ତର ସିତାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲା ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା ଏନେଇ ଗୁରୁବାର ସୂଚନା ଦେଇଛନ୍ତି।