ଭଂଜନଗର ଥାନା ଛକରେ, ବିପିନ ଭୋଳ ହତ୍ୟା ଘଟଣା: ବିକ୍ରମ ମଲ୍ଲିକ, ନିର୍ଦୋଷରେ ଖଲାସ

ଭଂଜନଗର – ୨୫/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବହୁ ଚର୍ଚ୍ଚିତ ଗଂଜାମ ଜିଲ୍ଲା ଆସିକା ବିପିନ ଭୋଳ ହତ୍ୟାକାଣ୍ଡ ଘଟଣାରେ, ଅଭିଯୁକ୍ତ କୁହାଯାଉଥିବା ବିକ୍ରମ ମଲ୍ଲିକ, ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଭଂଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ଅଦାଲତରେ ଏହି ରାୟ ପ୍ରକାଶ ପାଇଛି । ଗତ ୧୮-୦୬-୨୦୦୮ ମସିହାରେ ଭଂଜନଗର ଥାନା ଆଗରେ ବିପିନଙ୍କୁ ହତ୍ୟା କରାଯାଇଥିଲା । ସେହି ସମୟରେ ଭଂଜନଗର ଥାନାରେ, ବିକ୍ରମ ମଲ୍ଲିକଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା । ୨୦୨୨ ମସିହାରୁ ମାମଲାର ବିଚାରଣ ଆରମ୍ଭ ହୋଇଥିଲା । ତେବେ ୧୦ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମାମଲାର ଶୁଣାଣି କରି, ବିକ୍ରମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି, ମାନ୍ୟବର ଅଦାଲତ । ତାଙ୍କ ପକ୍ଷରୁ ଆସିକାର ବରିଷ୍ଠ ଆଇନଜୀବୀ ଅଜିତ୍ ଚୌଧୁରୀ ମାମଲା ପରିଚାଳନା କରୁଥିଲେ । ତେବେ , ଅତୀତରେ ବିକ୍ରମଙ୍କୁ ବହୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ସାକ୍ଷ୍ୟ ପ୍ରମାଣ ଅଭାବରୁ, ସେ ବହୁ ମାମଲାରେ ନିର୍ଦୋଷରେ ଖଲାସ ହୋଇସାରିଛନ୍ତି ଏବଂ ଧର୍ମର ଜୟ ହୋଇଛି ବୋଲି , ତାଙ୍କ ଓକିଲ ଶ୍ରୀ ଚୌଧୁରୀ କହିଛନ୍ତି । ବିକ୍ରମ ଏବେ , ଝାରପଡ଼ା ଜେଲରେ ରହିଛନ୍ତି ।