ବେଲଗୁଣ୍ଠା ପୋଲିସ ସମିତି ତରଫରୁ ଜି.ଟି ହାଇସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, ୩୦/୧୦ (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପୋଲିସ ସମିତି ତରଫରୁ ସ୍ଥାନୀୟ ସରକାରୀ ନୋଡ଼ାଲ ଜି.ଟି.ହାଇସ୍କୁଲ ଠାରେ ସାଇବର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ଆବାହକତ୍ଵ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ଯୋଗ ଦେଇଥିବା ବେଳେ ବିଶିଷ୍ଠ ସ୍ୱତନ୍ତ୍ର ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଆରକ୍ଷୀ ଅଧିକାରୀ ଡ଼ଃ.ଦୀପକ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ,ବେଲଗୁଣ୍ଠା ସିଡିପିଓ ନଳିନୀ ପ୍ରଭା ମହାରଣା, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଅଜିତ କୁମାର ପଟ୍ଟନାୟକ, ନୋଡ଼ାଲ ଜି.ଟି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ଓ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ସାଇବର ସୁରକ୍ଷା ନେଇ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଅଙ୍ଗନ ବାଡ଼ି କର୍ମୀ, ସହାୟିକା ,ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ,ଜନସାଧାରଣ ଓ ସ୍ଥାନୀୟ ଡିଗ୍ରୀ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଇବର ସଚେତନତା ନେଇ ଏକ ଭିଡ଼ିଓ ଡକ୍ୟୁମେଣ୍ଟାରୀକୁ ପ୍ରାଜେକ୍ଟର ମାଧ୍ୟମରେ ପ୍ରସାରିତ କରାଯାଇଥିଲା । ଉପସ୍ଥିତ ସମସ୍ତେ ସାଇବର ସୁରକ୍ଷା ପାଇଁ ଏକ ସମୂହ ଶପଥପାଠ ଅନୁଷ୍ଠିତ ହୋଇଥିଲା । ପରେ ସାଇବର ସଚେତନତା ନେଇ ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଓ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ନେଇ ଅନୁଷ୍ଠିତ ହୋଇଥିଲ । ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଥିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ଡିଜିଟାଲ ଆରେଷ୍ଟ, ଲୋଭନୀୟ ପ୍ରସ୍ତାବ ଆଳରେ ନ ପଡ଼ିବ ସହ କାହାକୁ ନିଜର ବ୍ୟକ୍ତିଗତ ବ୍ୟାଙ୍କ ସମ୍ପର୍କିତ ବିବରଣୀ କିମ୍ବା ଓଟିପି ସେୟାର ନ କରିବା ପାଇଁ କାର୍ଯ୍ୟକ୍ରମରେ ଅତିଥି ମାନେ କହିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସ୍ଥାନୀୟ ଡ଼ିଗ୍ରୀ ମହାବିଦ୍ୟାଳୟରେ ସାଇବର ସଚେତନତା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀଙ୍କୁ ବେଲଗୁଣ୍ଠା ପୋଲିସ ସମିତି ତରଫରୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସ୍ଥାନୀୟ ଡ଼ିଗ୍ରୀ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ସଂଯୋଜନା କରିଥିବା ବେଳେ  ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପୋଲିସ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ମସ୍କେଟ ସଚେତନତା ପ୍ରତୀକ ଭାବେ ଉପସ୍ଥିତ ରହି ଉପସ୍ଥିତକୁ ସଚେତନତାର ଖୋରାକ ଯୋଗାଇଥିଲ ।