
ଭଞ୍ଜନଗର, ୦୪/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗତ କାଲି ଦିନ ୨ଟା ବେଳେ ଭଞ୍ଜନଗର ଥାନା ଏସଆଇ ଲାଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ପାଟ୍ରୋଲିଂ କରୁଥିବା ସମୟରେ, ପହଣ୍ଡା ଛକ ନିକଟରେ ଜଣେ ବ୍ୟକ୍ତି ଦୁଇଟି ଜରି ବ୍ୟାଗ ସହିତ ଅପେକ୍ଷା କରିଥିବାର ଦେଖିଥିଲେ।ପୋଲିସ ସନ୍ଦିଗ୍ଧ ବ୍ୟକ୍ତିର ତଲାସୀ ନେବା ସମୟରେ ଉକ୍ତ ଜରିରେ ଚୋରା ଗଞ୍ଜେଇ ଥିବା ଜଣାପଡିଥିଲା।ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ପ୍ରାୟ ୨୮,୦୮୦ କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି।ଉକ୍ତ ବ୍ୟକ୍ତିଙ୍କ ଠାରୁ ଗଞ୍ଜେଇ ସହ ନଗଦ ୧୨୭୦ ଟଙ୍କା ଜବତ କରାଯାଇଛି।ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଶରଣ କୁଳ ଥାନା ବଡ଼ ବରୋଦା ଗ୍ରାମର ମନୋଜ କୁମାର ବେହେରା(୩୦)କୁ ପୋଲିସ ଗିରଫ କରିଛି।ଉକ୍ତ ଗଞ୍ଜେଇ ବାଲିଗୁଡାରୁ ଆଣି ନୟାଗଡ ଅଞ୍ଚଳରେ ବିକ୍ରୟ ପାଇଁ ନେଉଥିବା ଅଭିଯୁକ୍ତ ମନୋଜ ଠାରୁ ପ୍ରକାଶ।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୧୮୯/୨୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।