
ନୂଆଦିଲ୍ଲୀ : ଦିଲ୍ଲୀ ବିସ୍ଫୋରଣ ପରେ ଦେଶର ବିଭିନ୍ନ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇରେ ହାଇଆଲର୍ଟ ଜାରି ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ବେଦନଶୀଳ ସ୍ଥାନ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସନ୍ଦିଗଧ ବସ୍ତୁ ଉପରେ ସନ୍ଦେହ ଉପୁଜିଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫଡନଭିସ।ବିହାରରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ସ୍ଥାନରେ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଚଣ୍ଡିଗଡ଼ରେ ହାଇ ଆଲର୍ଟ ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି। ରାଜ୍ଯବ୍ୟାପୀ ସୁରକ୍ଷାକୁ ସୁଦୃଢ କରିବାକୁ କେରଳ ପୋଲିସ ମୁଖ୍ୟ ରାଭାଦା ଆଜାଦ ଚନ୍ଦ୍ରଶେଖର ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ହରିଆଣା, ଉତ୍ତର ପ୍ରଦେଶରେ ମଧ୍ୟ ହାଇଆଲର୍ଟ। ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।