
ଜଗନ୍ନାଥ – ୧୧/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗାଁ ରେ ମିଳୁନି ଜଳମୁନ୍ଦେ । ଶୀତ ଦିନେବି ଜଳକଷ୍ଟ । ଗ୍ରାମବାସୀଙ୍କ ପାଇଁ ବଡ଼ ସମସ୍ୟା ଜଳ । ପାଣି ପାଇଁ କିଛି ଲୋକ ଗାଁ ମଧ୍ୟ ଛାଡିଲେଣି । ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ବାଙ୍କତରା ଗୁଡିପଲ୍ଲୀ ର ଦୃଶ୍ୟ । ଗାଁ ରେ ମିଳୁନି ଟିକିଏ ଜଳ । ପାଣି ବାଲ୍ଟିଏ ପାଇବା ପାଇଁ ପ୍ରାୟ ଏକ କିଲୋମିଟର ଦୂର ପ୍ରତିଦିନ ଦୌଡ଼ିବାକୁ ପଡୁଛି । ଗାଁ ମହିଳାଙ୍କ ଇଏ ହେଉଛି ନିତିଦିନିଆ କାମ । ଗାଁ କୁ ଦୁଇବର୍ଷ ପୂର୍ବରୁ ଘର ଘର କୁ ଜଳ ଯୋଗାଇବା ପାଇଁ ପାଇପ ବିଛା ଯାଇ ପ୍ରତି ଘର ସମ୍ମୁଖ ରେ ଷ୍ଟାଣ୍ଡ ପୋଷ୍ଟ କରି ଟ୍ୟାପ ଲଗାଯାଇଛି ହେଲେ ଦିନେବି ଆସିନୀ ପାଣି । ଟ୍ୟାପ ପାଖରେ ଲତାବୁଦା ମାଡି ଯାଇଥିବା ସହିତ ଜଙ୍ଗ ଲାଗିଗଲାଣି । ଗାଁ ରେ ଗୋଟିଏ ନଳକୂପ ରହିଛି ହେଲେ ଏହାର ପାଣି ମଧ୍ୟ ବ୍ୟବହାର ଉପଯୋଗି ନାହିଁ । ପାଣି ଗୁଡିକ ଲାଲରଙ୍ଗ ର ହୋଇଯାଉଥିବା ବେଳେ । କିଛି ସମୟ ରହିଲେ ପାଣି ଉପରେ ଏକ ସର ପଡିଯାଉଛି । ଖାଦ୍ୟ ରାନ୍ଧିଲେ ଭଲ ହେଉନାହିଁ, ନଷ୍ଟ ହୋଇଯାଉଛି । ପାଣି ରଖିଥିବା ପାତ୍ର ଗୁଡିକ କଷି ଯାଉଛି । ପାଟିରେ ଦେଇହେଉନି , ଏଣୁ ବାଧ୍ୟ ହୋଇ ମହିଳା ମାନେ ଏକ କିଲୋମିଟର ଦୂର ରେ ଥିବା ଏକ ନଳକୂପ ର ଜଳ କୁ ପିଇବା ଓ ରୋଷେଇ ପାଇଁ ଜଳ ଆଣିଥାନ୍ତି ।
ଗାଁ ରେ ଏଭଳି ଜଳ କଷ୍ଟ ଦୁଇବର୍ଷ ରୁ ଅଧିକ ଦିନ ହେଲା ଲାଗିରହିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିଛି ମାସ ପୂର୍ବରୁ ଗ୍ରାମବାସୀ ପାଣି ପାଇଁ ପ୍ରତିବାଦ କରି ଜଳଯୋଗାଣ କେନ୍ଦ୍ର ରେ ତାଲା ପକାଇଥିଲେ ପୋଲିସ ଆସି ବୁଝାସୁଝା କରି ଚାଲିଗଲା ହେଲେ ଫଳ ଶୁନ । ଜଳ କଷ୍ଟ ପାଇଁ ଗାଁ ତିନି ପରିବାର ବାଧ୍ୟ ହୋଇ ଗାଁ ଛାଡି ବାହାରକୁ ଚାଲିଗଲେଣି । ସେମାନଙ୍କ ଘର ସମ୍ମୁଖରେ ଅନାବନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କଲାଣି । କେବେ ଗାଁ କୁ ପାଣି ଆସିବ ଏହାକୁ ଗ୍ରାମବାସୀ ଅପେକ୍ଷା କରି ବସିଛନ୍ତି । ଘଟଣା ସମ୍ପର୍କରେ ରେ ବିଭାଗୀୟ ଯନ୍ତ୍ରୀ ସଂଜୟ ପ୍ରଧାନ ଙ୍କୁ ବୁଝିବାରୁ ଗାଁକୁ ଯାଇ ସମସ୍ୟା ଦେଖି ଖୁବ ଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଦେଖିବାର ରହିଲା କେବେ ଗାଁ ରେ ଜଳକଷ୍ଟ ଦୂର ହେଉଛି ।