
ସୋରଡା ୧୧/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ବଞ୍ଜର୍ ଠାରେ ବାଇକ୍ ସହ ୪୦୭ ମୁହମୁହିଁ ଧକ୍କା । ଦୁଇ ଗୁରୁତର ଜଣେ ଆହତ । ଗୁରୁତର ଦୁଇ ଜଣ ହେଲେ ବିଞ୍ଜିଗିରି ଗ୍ରାମର ଶରତ ନାୟକ, ଆଦି ନାୟକ । ସୂଚନା ମୁତାବକ ଗୋଟିଏ ବାଇକ୍ ରେ ତିନି ଜଣ ମିଶି ସୋରଡ଼ା ରୁ କାମ ସାରି ନିଜ ଗ୍ରାମ ବିଞ୍ଜିଗିରି ଯାଉଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏହ ୪୦୭ ସହ ମୂହମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଶରତ ନାୟକ ବୟସ ୩୨ ଓ ଆଦି ନାୟକ ୫୫ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।