ସଲପତଇଲା ଠାରେ ଏକାଠି ହେଲେ ୩ ଜିଲାର ଆଦିବାସୀ; ଗୁହାରି ଶୁଣିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଧନ୍ୟବାଦ

ଭଞ୍ଜନଗର -୧୧/ ୧୨ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ପଂଚାୟତ ସଲପତଇଲା ଗ୍ରାମ ଠାରେ ଆଜି ଏକ ଆଦିବାସୀ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ସମେତ ଗଜପତି ଓ କନ୍ଧମାଳ ଜିଲାର ଅନେକ ଆଦିବାସୀ ଏଥିରେ ସାମିଲ ହୋଇଥିଲେ । ପଞ୍ଚମ ବାର୍ଷିକ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଆଦିବାସୀ ସର୍ଦାର ଲମ୍ବୋଧର କଁହର । ମୁଖ୍ୟ ବକ୍ତା ଭାବେ କନ୍ଧମାଳ ମିଳିତ ମଞ୍ଚ ସଭାପତି ସମୀର ଘୋଟାହ ଯୋଗଦାନ କରିଥିଲେ । ଗଞ୍ଜାମ ମାଳବିକାଶ ମଞ୍ଚ ଅଧ୍ୟକ୍ଷ ଶତ୍ରୁଘ୍ନ ଗୌଡ଼ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଯୁବରାଜ ଜାନୀ ନିଖିଳ ଉତ୍କଳ କୁଇ ସମାଜ ସଭାପତି, ଉଦୟ ଜାନୀ, କାହ୍ନୁ ମଲ୍ଲିକ, ଚନ୍ଦ୍ର ଜାନୀ, ସୁଦାମ ମଲ୍ଲିକ, ସୋମନାଥ ମଲ୍ଲିକ, ଗଜପତି ଜିଲାର ହରିଶ୍ଚନ୍ଦ୍ର ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ଟିକାବାଲି ର ବିଜୟ କୁମାର ପ୍ରଧାନ, ହେମନ୍ତ ପ୍ରଧାନ, ମୁକ୍ତେଶ୍ଵର ପ୍ରଧାନ, ସିନାଲ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ତାରକେଶ୍ୱର ପ୍ରଧାନ, ନାରାୟଣ ପ୍ରଧାନ, ସୋନାଲି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । କୋକଳବା ଠାରୁ ଏକ ପଟୁଆର କରି ଅତିଥି ମାନଙ୍କୁ ସ୍ୱାଗତ କରି ନିଜ ହତିଆର ଓ ପାରମ୍ପରିକ ଅସ୍ତସସ୍ତ୍ର ଓ ବାଦ୍ୟ ବଜାଇ ଏକ ବିଶାଳ ଶୋଭାଯାତ୍ରା ରେ ମଞ୍ଚ ନିକଟକୁ ଅଣାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଭଂଜନଗର ଏସ୍ ଡି ପି ଓ ଡ଼ଃ ଦୀପକ କୁମାର ମିଶ୍ର ଓ ତାରାସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଙ୍କ ନେତୃତ୍ୱ ରେ ପୋଲିସ ଟିମ ପଂହଁଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀଙ୍କ ଅନୁରୋଧ ରକ୍ଷାକରି ଆଦିବାସୀ ଅଞ୍ଚଳର ରାସ୍ତା,ଘାଟ,ସ୍କୁଲ କଲେଜ,ଅବାସ , ଏକଲବ୍ୟ ସ୍କୁଲ, ହାତୀମାରା ନାଳ ବନ୍ଧ ସମ୍ପୂର୍ଣ୍ଣ କରିବା ପାଇଁ ନୟାଗଡ଼ ଓ ଗଞ୍ଜାମ ଜିଲାପାଳ ଙ୍କୁ ପଠାଇଥିବା ଚିଠି ର ନକଲ ପାଇବା ପରେ ଖୁବ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।