କୁମୁଦିନୀ ଫାଉଣ୍ଡେସନ୍ ତରଫରୁ ପ୍ରବନ୍ଧ ପ୍ରତିଯୋଗିତା

ଭଂଜନଗର – ୧୪/୧୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଶିଶୁ ଦିବସ ଅବସରରେ କୁମୁଦିନୀ ଫାଉଣ୍ଡେସନ୍ ପକ୍ଷରୁ ଗୋରା ସ୍ଥିତ, ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ଠାରେ “ମୋ ଜେଜେ ମାଆ ଓ ମୋ ଜେଜେ ବାପା ” ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ଏବଂ କୁମୁଦିନୀ ଫାଉଣ୍ଡେସନ୍ ପ୍ରତିଷ୍ଠାତା ସନ୍ନ୍ୟାସୀ ପାତ୍ର ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ବିଜୟ ଚନ୍ଦ୍ର ଶତପଥୀଙ୍କୁ ଶ୍ରେଷ୍ଠ ଜେଜେ ବାପା ରୂପେ ସମ୍ମାନିତ କରାଯାଇଥିଲା I ଅନ୍ୟମାନଙ୍କ ମଧ୍ୟରେ, ବିଭୁପାଦ ଜେନା, ରାମକୃଷ୍ଣ ପାତ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।