
ବାରିପଦା : ହାତରେ ଫାଟିଲା ମୋବାଇଲ, ଯୁବକ ଗୁରୁତର । ନଷ୍ଟ ହେଲା ଯୁବକଙ୍କ ପାପୁଲି । ଏମିତି ଏକ ଅଘଟଣ ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାରେ । ଜଣେ ବ୍ୟକ୍ତି ମୋବାଇଲ ଚାର୍ଜ ବସାଇ କଥା ହେବା ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଯୁବକଙ୍କ ବାମ ହାତ ପାପୁଲି ନଷ୍ଟ ହୋଇଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ହେଲେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମ୍ ଜିଲ୍ଲା ଜାମବଣୀ ଗାଁ ମନ୍ଦିପ ସିଂ । ମନ୍ଦିପଙ୍କ ବାମ ହାତ ପାପୁଲି ନଷ୍ଟ ହୋଇଥିବାରୁ ତାଙ୍କ ହାତର ଅସ୍ତ୍ରପ୍ରଚାର କରାଯାଇଛି । ସେ ଏବେ ଗୁରୁତର ଅବସ୍ଥାରେ ଅଛନ୍ତି ।