ଚର୍ଚ୍ଚାରେ ଫାତିମା ସେନା ଶେଖ- ବିଜୟ ବର୍ମା, ଫିଲ୍ମ ରିଲିଜ୍ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ

ଫାତିମା ସେନା ଶେଖ ଏବଂ ବିଜୟ ବର୍ମା ସେମାନଙ୍କ ଫିଲ୍ମ ‘ଗୁସ୍ତାଖ୍ ଇସ୍କ’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଷ୍ଟାର୍ କାଷ୍ଟ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଫ୍ୟାନ୍ସ ସେମାନଙ୍କର କେମେଷ୍ଟ୍ରିକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।କୋଷ୍ଟାରଙ୍କ ସହ ହାତକୁ ହାତ ଛନ୍ଦି ଫାତିମା ରୋମାଣ୍ଟିକ୍ ପୋଜ ଦେଇଥିବାର ଏହି ଭାଇରଲ ହୋଇଥିବା ପୋଷ୍ଟରେ ଦେଖିବାକୁ ମିଳୁଛି । ଯୋଡ଼ିଙ୍କ ଗେଟଅପକୁ ମଧ୍ୟ ଫ୍ୟାନ୍ସ ପ୍ରଶଂସା କରିଛନ୍ତି । ସେମାନଙ୍କ ଯୋଡ଼ି ଖୁବ୍ ଲୋକପ୍ରିୟତା ହାସଲ କରିଛି ।ଯଦି ସେମାନଙ୍କର ଆଉଟଫିଟ୍ କଥା କୁହାଯାଏ ତେବେ ଫାତିମା ସନା ଶେଖଙ୍କୁ କ୍ରିମ୍ କଲରର ଡିଜାଇନ୍ ଶାଢୀ ସହିତ ଲାଭେଣ୍ଡର କଲରର ବ୍ଲାଉଜରେ ନଜର ଆସିଥିଲେ । ଏଥିସହ ସେ ଖୋଲାକେଶ, ଚେନ୍ ଇୟରରବଲ୍ସ ଏବଂ ଏକ ଷ୍ଟେଟମେଣ୍ଟ ରିଙ୍ଗ ସହିତ ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଥିଲେ । ତାଙ୍କର ମେକଅପ୍ ଏବଂ ଆସେସୋରିଜର ଷ୍ଟାଇଲ ମଧ୍ ଚମତ୍କାର ଥିଲା । ଯାହା ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସେହିପରି ଭାବେ ବିଜୟ ବର୍ମାଙ୍କୁ ଟ୍ରାଡିସନାଲ କମ୍ ମର୍ଡନ ଆଉଟଫିଟରେ ଖୁବ୍ ଚମତ୍କାର ଦିଶୁଥିଲେ ।ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହି ଫିଲ୍ମଟି ନଭେମ୍ବର ୨୮ ତାରିଖରେ ଫିଲ୍ମ ହଲରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ଫାତିମା ସାନା ଶେଖ୍ ଏବଂ ବିଜୟ ବର୍ମାଙ୍କ ସମେତ ନାସିରୁଦ୍ଦିନ୍ ଶାହ, ବିଭୁ ପୁରୀ ଏବଂ ସରିବ ହାଶମୀ ମଧ୍ୟ ମୁଖ୍ୟ ଭୂମିକାରେଦେଖିବାକୁ ପାଇବେ ଦର୍ଶକ ।