ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଜଣେ ଟାଣୁଆ ନେତା ସମୀର ଦେଙ୍କ କଟକ ସହିଦ୍ ଭବନ ଠାରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ସମୀର ଦେଙ୍କ ସହିତ ତାଙ୍କର ସଂପର୍କ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ….ଚାହୁଁ ଚାହୁଁ ବର୍ଷେ ହୋଇ ଗଲାଣି। ଯେଉଁ ବଡ ଭାଇ ଆମ ହାତ ଧରି ଏଇ ରାଜନୀତିର ରଣଭୂମିରେ ଠିଆ କରାଇଥିଲେ ଆଉ କହୁଥିଲେ-ମୁଁ ତୁମମାନଙ୍କ ପଛରେ ସବୁବେଳେ ଅଛି । ସେଇ ବଡ ଭାଇ… ଆମ ସମୀର ଦା, ବର୍ଷେ ହେଲାଣି ଆମ ଗହଣରେ ଆଉ ନାହାନ୍ତି। ଏକଥା ବିଶ୍ବାସ ହେଉନାହିଁ କିନ୍ତୁ ଏହାହିଁ ସତ୍ୟ। ଏସତ୍ୟ ସହିତ ଆମକୁ ବଞ୍ଚିବାକୁ ପଡିବ।