ମହାକାଳଙ୍କ ମନ୍ଦିରରେ ଜୁବିନ, ପଶୁପତିନାଥ ମନ୍ଦିରରେ କୈଳାଶ ଖେର, ବାବାଙ୍କ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ପାଇଁ ଗାଇଲେ ଭଜନ

ବଲିଉଡର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ମହାକାଳେଶ୍ବର ମନ୍ଦିରରେ ପହଞ୍ଚିଛନ୍ତି । ମହାକାଳେଶ୍ବର ମନ୍ଦିରରେ ପହଞ୍ଚି ବାବା ମହାକାଳଙ୍କ ଦର୍ଶନ କରିଛନ୍ତି । ସେହିପରି କୈଳାଶ ଖେର ମଧ୍ୟ ପଶୁପତି ନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଦୁଇ ଗାୟକ ମନ୍ଦିର ଦର୍ଶନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ଜୁବିନଙ୍କ ଗୀତରେ ଫ୍ୟାନ୍ସ ପାଗଳ । ଜୁବିନ ଉଜ୍ଜୈନର ବାବା ମହାକାଳ ଦର୍ଶନ ପାଇଁ ପହଞ୍ଚିଛନ୍ତି । ନନ୍ଦି ହଲରେ ବସି ବାବା ମହାକାଳ ଦର୍ଶନ କରିବାକୁ ପହଞ୍ଚିଥିଲେ । ହାତ ଯୋଡି ବାବାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଏହି ସମୟରେ ଭସ୍ମ ଆତଳିରେ ଭାଗ ନେଇଛନ୍ତି । ଏହି ସମୟରେ ଜୁବିନ ଭଜନ ଶୁଣାଇ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛନ୍ତି । ୨ ବର୍ଷ ପୂର୍ବରୁ ଜୁବିନ ବାବା ମହାକାଳଙ୍କ ଦର୍ଶନ କରିବା ପାଇଁ ଉଜ୍ଜୈନ ଯାଇଥିଲେ । ଭସ୍ତ ଆଳତିରେ ସାମିଲ ହୋଇ ଅଦ୍ଭୁତ ଶକ୍ତି ଅନୁଭୂତ କରିଥିଲେ ।ସେହିପରି କୈଳାଶ ଖେର ମଧ୍ୟ ମଧ୍ୟପ୍ରଦେଶ ମନ୍ଦୋସୌରରେ ଥିବା ପଶୁପତିନାଥ ମନ୍ଦିରରେ ପହଞ୍ଚି ପ୍ରାର୍ଥନା କରିଛନ୍ତି ।