
ଚୌଦ୍ଵାର(ଶିବବ୍ରତ ଦାସ) ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ଵାର ବାଣିପଦା ପଞ୍ଚାୟତରେ ବହୁମୁଖି ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ନା ରାଣୀ ସୁବୁଦ୍ଧିରାୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇମ୍ଫାର ଲଲାଟ କିଶୋର ମହାପାତ୍ର, ମାନବ ସମ୍ବଳ ଅଧିକାରୀ ନିରଞ୍ଜନ ସାହୁ,ମାନସ ପ୍ରଧାନ, ଇମ୍ଫାର ଲୋକ ସମ୍ପର୍କ ଅଧିକାରୀ ମାନସ ବସନ୍ତିଆ, ଅଭିଷେକ ଘୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିଶୁ ରୋଗ ଠାରୁ ଆରମ୍ଭ କରି ସ୍ତ୍ରୀ ରୋଗ ପଯ୍ୟନ୍ତ ୭ଜଣ ଡାକ୍ତର ଯୋଗଦେଇ ରୋଗ ପରୀକ୍ଷା କରିବା ସହିତ ମାଗଣା ଔଷଧ ପ୍ରଦାନ କରିଥିଲେ । ବାଣିପଦା ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତର ପ୍ରାୟ ୫ଶହ ରୋଗୀ ଶିବିରର ଲାଭ ନେଇଥିଲେ । ପଞ୍ଚାୟତର ଲୋକେ ଡାକ୍ତରୀ ସେବା ପାଇବାରୁ ବଞ୍ଚିତ ଥିବା ବେଳେ ଇମ୍ଫାର ଏହି ଭଳି ଲୋକାଭିମୁଖି କାର୍ଯ୍ୟକୁ ପଞ୍ଚାୟତ ବାସିନ୍ଦା ଇମ୍ଫାକୁ ଧନ୍ୟବାଦ୍ ଜଣାଇଥିଲେ ।