
ବେଲଗୁଣ୍ଠା ୨୧/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା, ବେଲଗୁଣ୍ଠା ବ୍ଲକ ର ଶିଶୁଉତ୍ସବ ଡ଼. ସଦାନନ୍ଦ ତ୍ରିପାଠୀ ଉଚ୍ଚ ବିଦ୍ୟାଳୟ, ଘୁ. ନୂଆଗାଁ ଠାରେ ସଭାପତି ରବିନାରାୟଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥିଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର କୃତିବାସ ବିଶ୍ୱାଳ, ଅତିଥିଭାବେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ,ଜିଲ୍ଳା ଓଷ୍ଟା ସଭାପତି ସନ୍ତୋଷ କୁମାର ଜେନା, ସରପଞ୍ଚ ଅଚୁତାନନ୍ଦ ସାହୁ, ଆବାହକ ତଥା ପ୍ରଧାନଶିକ୍ଷକ ସ୍ନେହଲତା ବିଷୋୟୀ, ସମିତିସଭ୍ୟା ଭାଗ୍ୟଲତା ସେଠି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମିତା ପାତ୍ର, ବ୍ଲକ ସମ୍ପାଦକ ତଥା ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି ମଂଚାସୀନ ହୋଇ ଓଷ୍ଟl ର ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ l ପ୍ରାରମ୍ଭରେ ଛାତ୍ରୀ ଶ୍ରାବଣୀ ସ୍ୱାଇଁ ଓଡିଶୀ ମାଧ୍ୟମରେ ପ୍ରାରମ୍ଭିକ ସଂଗୀତ ଗାନ କରିବାପରେ ସମ୍ପାଦକ ସୂର୍ଯ୍ୟନାରାୟଣ ସେଠି ବିବରଣୀ ପାଠ କରିଥିଲେ l ଆବାହକ ତଥା ପ୍ରଧାନଶିକ୍ଷକ ସ୍ନେହଲତା ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଓଷ୍ଟା ସଂଗଠନକୁ ସୁଦୃଢ ତଥା ଭଲ ସ୍ଥିତିରେ ପହଞ୍ଚାଇଥିବା ନେତୃତ୍ୱ ହେମନ୍ତ କୁମାର ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଗାୟତ୍ରୀ ମିଶ୍ର, ବିଷ୍ଣୁ ପ୍ରସାଦ ପଣ୍ଡା, ନୀଳମଣି ସ୍ୱାଇଁ ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଷୋୟୀ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କରିଥିଲେ l ପରେ ପରେ ମାନ୍ୟବର ବିଧାୟକ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଓଷ୍ଟl ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ବ୍ଲକର ଦଶଟି ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦଶଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ପlଞ୍ଚଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ, ବୁଦ୍ଧିଯିବି ଯୋଗଦେଇଥିଲେ l ଶେଷରେ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ l କୃତୀ ପ୍ରତିଯୋଗୀ ଆସନ୍ତା ଡିସେମ୍ବର କୋଡିଏ ଓ ଏକୋଇଶି ଦୁଇଦିନ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ଭାଗ ନେବାପାଇଁ ଘୋଷଣା କରାଯାଇଛି l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l