ଭଞ୍ଜନଗର: ବୋଲେରୋ ସହ ଗଞ୍ଜେଇ ଜବତ, ଦୁଇ ଗିରଫ

ଭଞ୍ଜନଗର ୨୩/୧୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଏକ ବୋଲେରୋ ଯୋଗେ କନ୍ଧମାଳ ରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ଟିମ୍‌ ପକ୍ଷରୁ ବୁଦୁଲି ନିକଟରେ ଚଢାଉ କରାଯାଇଛି। ବୋଲେରୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାବୁ କରିବା ସହ ବେଆଇନ ଚାଲାଣ କରିବା ଅଭିଯୋଗରେ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲା ଟିକାବାଲି ଓ ଫିରିଙ୍ଗିଆ ଅଞ୍ଚଳର ବିଭୁତି ନାୟକ ଓ ଦୁଷ୍ମନ୍ତ କହଁର ବୋଲି ଜଣା ପଡିଛି। ଗାଡିରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଅବାକାରୀ ଏସ୍‌ଆଇ ଅଲିଭା ମାଝୀ ସୂଚନା ଦେଇଛନ୍ତି।

ସୁଚନାନୁସାରେ, ଉକ୍ତ ବୋଲେରୋ ଗାଡିଟି କନ୍ଧମାଳ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ନେଇ ଯାଉଥିବା ବେଳେ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଫୁଲବାଣୀ ରାସ୍ତାର ବୁଦୁଲି ଠାରେ ଭଞ୍ଜନଗର ଅବକାରୀ ଟିମ୍ ଚଢଉ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ଗଞ୍ଜେଇ ଭର୍ତ୍ତି ଦୁଇଟି ଜରି ଅଖା ବାହାରିଥିଲା। ପରେ ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତ ରେ ଜବତ ଗଞ୍ଜେଇ ଓଜନ କରାଯାଇ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢଉରେ ସୁଶ୍ରୀ ମାଝୀଙ୍କ ସମେତ ବହୁମୂଲ୍ୟ ପରିଜା, ସନାତନ ନାହାକ, ସୁବଳ ପ୍ରଧାନ, କ୍ରୀଷ୍ଣ ଚନ୍ଦ୍ର ସେଠୀ, ଦିପ୍ତି ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।